ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟି ଗାଡ଼ିକୁ ପଛପଟୁ OD05AH8810 ଭାରିଯାନ ଧୋକାଦେଇ ଥିବା ବେଳେ OD08H5195 ସ୍କୁଟି ଚାଳକ OD05AH8810 ଗାଡ଼ି ଚକ ତଳେ ପଡ଼ି ଯାଇଥିଲା । ସ୍କୁଟି ଚାଳକ ଉପରେ OD05AH8810 ଗାଡ଼ିର ଛକ ଚଡ଼ି ଯାଇଥିବା ଫଳରେ OD08H5195 ସ୍କୁଟି ଚାଳକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକ କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଗ୍ରାମର ସୁନିଲ ପଣ୍ଡା(୬୫) ବୋଲି ଜଣା ପଡ଼ିଛି । OD05AH8810 ଗାଡ଼ିର ଚାଳକ ଦୁର୍ଘଟଣା ଘଟାଇ ଭବାନୀପାଟଣା ଟାଉନ୍ ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ l ଘଟଣା ସ୍ଥଳରେ ଭବାନୀପାଟଣା ଟାଉନ୍ ପୁଲିସ ପହଞ୍ଚି ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣାପଡିଛି ।