ଗୋଲାମୁଣ୍ଡା (ଅଶ୍ୱିନୀ ମଲ୍ଲିକ): ଓଡ଼ିଶା ସରକାର ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଆଜକୁ ସ୍ୱାଧୀନତା ହୋଇ ୭୫ବର୍ଷ ବିତିଯାଇଛି l ହେଲେ ଅନେକ ଗ୍ରାମାଞ୍ଚଳ ଗୁଡିକର ରାସ୍ତାଘାଟ ସୁଧୁରିବା ପରିବର୍ତ୍ତେ ଜମୁଛି କାଦୁଅ । ଏପରି ଏକ ଚିତ୍ର ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତର କଣ୍ଟାମାଲ ଠାରୁ ବୋରିଗୁମା ରସ୍ତାରେ । ଏ ରାସ୍ତା ଦେଇ ଜନସାଧାରଣ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି । ସାଧାରଣତ ଛାତ୍ରଛାତ୍ରୀମାନେ ବହୁତ ହଇରାଣ ହରକତ ହେଉ ଥିବା କହିଛନ୍ତି ଅଞ୍ଚଳ ବାସୀ । ଏପଟେ ବୋରିଗୁମା ବାଲିଘାଟ ଟେଣ୍ଡର ହୋଇଥିବା ବେଳେ ଏହି ରାସ୍ତାଦେଇ ଅନେକ ଗାଡିମୋଟର ଚାଲିବା ସହ ବଡ଼ ବଡ଼ ହାୱା ଗାଡ଼ିରେ ମଧ୍ୟ ବାଲି ଚାଲାଣ ହେଉଛି । ଯାହାଫଳରେ ଏହି ରାସ୍ତାରେ କାଦୁଅ ଜମୁ ଥିବା ଦେଖା ଦେଇଛି l ଏନେଇ ବୋରିଗୁମା ଗ୍ରାମର ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଯାହା ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଜନସାଧାରଣ ଓ ଛାତ୍ରଛାତ୍ରୀ ଅନେକ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ମଧ୍ୟ ଗାଁଲୋକେ ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ପକ୍ଷରୁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କେହି ବି ଶୁଣୁ ନ ଥିବା କହିଛନ୍ତି । ଗତ ତା ୨୦/୦୮/ ୨୦୨୪ରିଖ ଦିନ ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣି ହୋଇଥିଲା ବେଳେ ଗ୍ରାମବାସୀ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ତଥାପି କୌଣସି ମରାମତି କାର୍ଯ୍ୟ ବି ହୋଇପାରୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତା ମରାମତି କାର୍ଯ୍ୟ କରିବାକୁ ଗ୍ରାମର କୈବଲ୍ୟ ଭକ୍ତ, ଚେତା ରାମ ପୁଟେଲ, ସୁକା ପୁଟେଲ, ଦ୍ରୋଣ ପୁଟେଲ, ସୁରେଶ ମାଝୀ, ହେମନ୍ତ ପୁଟେଲ, ଚୈତନ୍ୟ ପଟେଲ, ଚମ୍ପା ମାଝୀ, ମଇନା ପରାଭଏ ପ୍ରମୁଖ ଦାବି କରିଛନ୍ତି l