AORAର ରାଜ୍ୟ କାର୍ଯ୍ୟକାରୀ ସଭାପତି ହେଲେ ବୌଦ୍ଧ ଜିଲ୍ଲାର ବିଭୁଦତ୍ତ, ବୌଦ୍ଧ ଶାଖା ପକ୍ଷରୁ ସମ୍ବର୍ଦ୍ଧନା,ସାମ୍ବାଦିକ ସୁରକ୍ଷା ପାଇଁ ଦେଲେ ଗୁରୁମନ୍ତ୍ର…..
ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ରାଜ୍ୟରେ ନୂତନ ଅଲ ଓଡିଶା ରିପୋର୍ଟର ଆସୋସିଏସନ (AORA)ଏକ ଶକ୍ତିଶାଳୀ ସଂଗଠନ ନିଜର ନୂତନ ଆଭିମୁଖ୍ୟ ନେଇ ଉଦ୍ଜୀ୍ପିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ବିଭୁଦତ୍ତ ବୋଷଙ୍କୁ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି l ଏହାକୁ ନେଇ ଅଲ ଓଡିଶା ରିପୋର୍ଟର ଆସୋସିଏସନ ବୌଦ୍ଧ ଶାଖା ପକ୍ଷରୁ ଶ୍ରୀବୋଷଙ୍କୁ ବୁଧବାର ଦିନ ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ପର୍ବ ଅବସରରେ ଜିଲ୍ଲା ଶାଖାର ସଭାପତି ସିମୁନ ନାଏକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଧୀରେନ ପ୍ରଧାନ ସଂଯୋଜନା କରିଥିଲେ । ଶ୍ରୀ ବୋଷଙ୍କୁ ଉପଢ଼ୋକନ ଓ ପୁଷ୍ପଗୁଚ୍ଛ ଦେଇ ଆସୋସିଏସନ ସମସ୍ତ ସଦସ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଅନୁଷ୍ଠିତ ସଭାରେ ନୂତନ ଚିନ୍ତାଧାରା ନେଇ ଗଠିତ ହେବା ସହ ଜିଲ୍ଲାରେ ସଂଗଠନ ମଜଭୁତ ରଖିବା ଉପରେ ସଭାପତି ଶ୍ରୀ ନାଏକ ମତ ରଖିବା ସହ ଆଗାମୀ ଦିନରେ ରାଜ୍ୟ ତଥା ଜିଲ୍ଲାରେ ସାମ୍ବାଦିକ ସୁରକ୍ଷା ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଶ୍ରୀ ବୋଷ ଗୁରୁମନ୍ତ୍ର ଦେଇଥିଲେ । ପରିଶେଷରେ କୁମୁଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଶାଶ୍ୱତ ଦାଶ, ଶୁଶାନ୍ତ ବେହେରା, ସଦାନନ୍ଦ ନାଏକ, ପ୍ରଭାତ ନାଏକ, ଅକ୍ଷୟ ମହାକୁଡ଼, ବାସୁଦେବ ସାହୁ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।