ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ଲାଠିପଡା ସେକ୍ସନର କେଶରା ଗ୍ରାମର ସନ୍ତୋଷ ଗୌଡ(ବାୟା)ଙ୍କ ଘରୁ ବନବିଭାଗ ୫୩ ସିଫ୍ଟ୍ କାଠ ପଟ୍ଟା ଜବତ କରିଛି । ଉକ୍ତ ଘରେ ବିପୁଳ କାଠ ପଟ୍ଟା ଥିବା ନେଇ ବନବିଭାଗ କୌଣସି ସୁତ୍ରରୁ ଖବର ପାଇ ସୋମବାର ସକାଳେ ଚଢ଼ାଉ କରିଥିଲା । ଏହି ସମୟରେ ଘର ମଧ୍ୟରେ କଟା ଯାଇଥିବା ବିଭିନ୍ନ କିସମରର ମୁଲ୍ୟବାନ କାଠ ପଟ୍ଟା ଥିବା ବନବିଭାଗ ଟିମ୍ ଦେଖିଥିଲେ । ପରେ ବନବିଭାଗ ସେହି ସବୁ କାଠକୁ ଜବତ କରିଥିବା ବେଳେ ଘର ମାଲିକ ଫେରାର ଥିବା ଜଣାପଡିଛି ।