ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ମଙ୍ଗଳବାର ଦିନ 11 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ ଯୁଗ୍ମ ଜନଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ସମାଧାନ କରୁଛନ୍ତି l କଣ୍ଟାମାଳ ବ୍ଲକ୍ ବିଡ଼ିଓ ସାମି ଜୟଶ୍ରୀ ରେଡି ଶିବିରକୁ ପରିଚାଳନା କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନଶୁଣାଣୀ ଶିବିରରେ ସହାୟତା କରୁଛନ୍ତି l କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ 24 ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବିଭିନ୍ନ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ନେଇ ଜନସାଧାରଣ ଆସିଥିବା ଦେଖିବାକୁ ମିଳିଛି l