୧୨୦ଲିଟର ଦେଶୀମଦ ଜବତ, ୧୮କ୍ୱିଣ୍ଟାଲ ପୋଚ ନଷ୍ଟ…

ଜୟପାଟଣା(ଜଗତରାମ ଶବର ): କାଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼କାର୍ଲାକୋଟ ପଞ୍ଚାୟତ ତୁମରିଖୋଲରେ ବେଆଇନ ମଦ ଭାଟି ଉପରେ ଅବକାରୀ ବିଭାଗ ଓ ପୁଲିସର ପକ୍ଷରୁ ଚଢ଼ାଉ ହୋଇଛି l ସେଠାରେ ବେଆଇନ ଭାବେ ପ୍ରସ୍ତୁତ ହୋଇଥିବା ୧୨୦ଲିଟର ଦେଶୀମଦକୁ ଜବତ କରିବାସହ ୧୮କ୍ୱିଣ୍ଟାଲ ମହୁଲ ପୋଚ, ବ୍ୟବହୃତ ଡ୍ରମ ଆଦିକୁ ପୁଲିସ ନଷ୍ଟ କରିଛି l ହେଲେ ଚଢ଼ାଉର ଆଭାସ ପାଇ ଅଭିଯୁକ୍ତମାନ ଘଟଣସ୍ଥଳରୁ ଫେରାର ମାରିବାରେ ସାକ୍ଷମ ହୋଇଥିଲେ l ସେହିପରି ବଦପୂଝାରୀଗୁଡା ପଞ୍ଚାୟତ ବାରଗୁଡାରେ ଦୁଇଜଣ ବ୍ୟକ୍ତି ଦେଶୀମଦ ଚାଲାଣ କରୁଥିବାବେଳେ ଅବକାରୀ ବିଭାଗ ସେମାନଙ୍କୁ ଗିରଫ କରିଛି l ଏଥିସହ ସେମାନଙ୍କଠାରୁ ୫୦ଲିଟର ମଦ ଜବତ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ବାଇକକୁ ଅବକାରୀ ବୋଭାଗ ଜବତ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ପାପଡାହାଣ୍ଡି ଥାନା ଅଞ୍ଚଳର ଜୟସିଂ ମୁଦୁଲି ଓ ବିନୋଦ ଗୌଡ l ଉଭୟ ଅଭିଯୁକ୍ତ ଜୟପାଟଣା ଅଞ୍ଚଳକୁ ରନ୍ଧାମଦ ଯୋଗାଉଥିଲେ l ଏନେଇ ଜୟପାଟଣା ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥବା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି l ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ନୀରିକ୍ଷକ ହେମକାନ୍ତ ସୁନା, ଜୟପାଟଣା ଅବକାରୀ ଓ ପୁଲିସ କର୍ମଚାରୀ ସାମିଲ ଥିଲେ l