ବୌଦ୍ଧ(ଆବୁ ବକର ସିଦିକ ଖାନା): ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଆହୁତ ଜନଜାଗରଣ ଦିବସ ପାଳନ ନିଷ୍ପତ୍ତି ଅବସରରେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଳିକପଡା କଲ୍ୟାଣ ମଣ୍ଡପ ଠାରେ ସଭାପତି ଦେବରାଜ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ସରପଞ୍ଚ ମାମୁନି ବାଘ, ରଜତ ଦାସ, ଅମର ପ୍ରଧାନ ଅର୍ଜୁନ ସାହୁ, ପ୍ରଦୀପ କୁମାର ସାହୁ, ସୁଧୀର ସାମଲ, ବିରୁପାକ୍ଷ ପ୍ରଧାନ, ଘାସିରାମ ରଣା, ପ୍ରକାଶ ରଣା ଓ ଶୈଳେନ୍ଦ୍ର ସାହୁ ପ୍ରମୁଖ ଉଦବୋଧନ ଦେଈ ସମ୍ପ୍ରତି ଡବଲ ଇଞ୍ଜିନ ସରକାର ଦେଇଥିବା ନିର୍ବାଚନ ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇଛି l ତିନି ହଜାର ଭତ୍ତା ସୁଭଦ୍ରା ଯୋଜନା ତିନିଶହ ୟୁନିଟ ବିଜୁଳି ବିଲ ଚିଟ ଫଣ୍ଡ ଟଙ୍କା ଫେରସ୍ତ ଦାଦନ ମୁକ୍ତ ଓଡିଶା ଗଠନ ଆଦି ନିର୍ବାଚନୀ ଜୁମୁଲାରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରିବା ସହ ଏସରକାର ବିରୁଦ୍ଧରେ ବ୍ୟାପକ ଜଣଜାଗରଣ ସୃଷ୍ଟି ଉଦେଶ୍ୟରେ ଗାଁକୁ ଗାଁ ବୁଲି ବୈଠକ ସହ ଜଣଜାଗରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ l ସମ୍ପ୍ରତି ସମାଜର ଅବହେଳିତ ଦଳିତ ଆଦିବାସୀ ପଛୁଆ ବର୍ଗଙ୍କ ଠାରୁ ସରଂକ୍ଷଣ ପ୍ରତ୍ୟାହାର ପାଇଁ ଉଦ୍ୟମ ଆରମ୍ଭ କରିଥିବା ମୋଦୀ ସରକାର ଏଥିରୁ କ୍ଷାନ୍ତ ରହିବା ପାଇଁ ଚେତାବନୀ ଦେଇଥିଲେ l ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିଜେପି ସରକାର ମୁହୂର୍ତ୍ତଟିଏ ସୁଦ୍ଧା କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ପ୍ରକାଶ କରିବା ସହ 2014 ମସିହା ପୂର୍ବରୁ ମୋଦୀ ଡିଜିଟାଲ ଇଣ୍ଡିଆର ସ୍ଲୋଗାନ ଦେଈ କ୍ଷମତାକୁ ଆସିଥିଲେ ସୁଦ୍ଧା କ୍ଷମତାସୀନ ହେବାର 10 ବର୍ଷପରେ ମଧ୍ୟ ପଞ୍ଚାୟତ ମୁଖ୍ୟାଳୟକୁ ଟେଲିଫୋନ ଟାୱାର ସଂଯୋଗ ନ ହୋଇପାରିବା ଏବଂ ଓଡିଶାରୁ ରାଜ୍ୟ ସଭାକୁ ଯାଇ ଟେଲିକମ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏବାବଦରେ ନୀରବ ରହିବା ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ସମସ୍ତ ଵକ୍ତା ପ୍ରକାଶ କରିଥିଲେ l ସଭାକାର୍ଯ୍ୟ ସରିଵା ପରେ ସମସ୍ତ ନେତୃବୃନ୍ଦ ଡବଲ ଇଞ୍ଜିନ ସରକାରର ବିଫଳତା ସମ୍ବନ୍ଧରେ ଏବଂ ଟେଲିଫୋନ ଟାୱାର ତୁରନ୍ତ କାର୍ଯ୍ୟକାରୀ ଦାବୀରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିବା ସହ ନରେନ୍ଦ୍ର ମୋଦୀ ଓ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୁଶ ପୁତ୍ତଳିକା ଗାଁ ମଝିରେ ଦାହ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଭୟ ସାହୁ, ଜୟନ୍ତ ସାହୁ, ବାବୁଲ ମାଝୀ, ଗଜେନ୍ଦ୍ର ମାଝୀ, ପବିତ୍ର ବେହେରା, ସମ୍ବିତ ଖେତୀ, ନିର୍ଭୟ ଗୁରୁ ଓ ପ୍ରଦୀପ ଗୁରୁ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ କର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ l