ଅନୁସନ୍ଧାନ ଭାରତ(ବ୍ୟୁର): ରକ୍ତଦାନ ମହାପୁଣ୍ୟ ପରି ଏକ ମହତ୍ ବାକ୍ୟକୁ ହୃଦୟଙ୍ଗମ କରି ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କଳିଙ୍ଗ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ସାହୁଙ୍କ ଉପସ୍ଥିତିରେ ଏହାକୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଫାଲଗୁନି କୁମାର ଉଦଘାଟନ କରିଥିଲେ । ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବବ୍ରତ ବାରିକଙ୍କ ତତ୍ତ୍ଵାବଧାନରେ ଫୁଲବାଣୀ ରକ୍ତଭଣ୍ଡାର କର୍ମକର୍ତ୍ତା ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ, ଅର୍ଚ୍ଚନା ପ୍ରଧାନ, ଜ୍ୟୋତି ରଞ୍ଜନ ପୃଷ୍ଟି, ବରୁଣ ବେହେରା ରକ୍ତ ସଂଗ୍ରହ କରିଥିଲେ। ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ, ବିନାୟକ ବିଶ୍ୱାଳ, ଅଧ୍ୟାପିକା ଅନିତା ପଟ୍ଟନାୟକ, ଝୁନୁମା ପ୍ରଧାନ, ସରୋଜ କୁମାର ଦାଶଙ୍କ ସମେତ ପଚାଶରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ ନଳିନୀ କୁମାର ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ, ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ ମୁଠାମାଝି ଏବଂ ଅଧ୍ୟାପିକା ସରିତା ମିଶ୍ରଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।