ମହେନ୍ଦ୍ର ପାହାଡ ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ର ପାହାଡ ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଶ୍ଵହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋଷାଧ୍ୟକ୍ଷ ଶ୍ରୀ ହରି ମୋହନ ପଟ୍ଟନାୟକ, ବଜରଙ୍ଗ ଦଳର ଶ୍ରୀ କୁର୍ମା ବାବୁ, ଶ୍ରୀ କାର୍ତ୍ତିକ ସେଠିଙ୍କ ସହ ବହୁ ଦୁର୍ଗା ବାହିନୀ, ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଔଷଧୀୟ ଚାରା ଗଛମାନ ରୋପଣ କରିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜିମା କରିବା ଉଦ୍ଦେଶ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିବା କୁହାଯାଇଛି ।