କୋକସରା(ତ୍ରିଲୋକ୍ୟ ବେଶ୍ରା): ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି । କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା।ବୋଲେରୋ ଗାଡିକୁ ଏକ ଟ୍ରକ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଉଛନ୍ତି କଲମପୁର ବ୍ଲକ ବିଟିକୋଟ ଗ୍ରାମର ଦିଲୀପ ନାଏକ ବୋଲି ସୂଚନା ମିଳିଛି । ଆଜି ମହୁଳପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ନେବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସମସ୍ତଙ୍କୁ ଆମ୍ବୁଲାନ୍ସରେ ଜୁନାଗଡ଼ ଡ଼ାକ୍ତର ଖାନାରେ ନେଇ ଭର୍ତ୍ତି କରି ଥିଲେ । ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।