ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା…

ହିଂଞ୍ଜିଳିକାଟ(ସଂସ୍କାର ପଟ୍ଟନାୟକ): ୫୯ ନମ୍ବର ଜାତୀୟ ରାଜପଥ ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା । ବସ ତଳେ ଚାପି ହୋଇ ୪ ମୃତ ୨୦ ରୁ ଉର୍ଦ୍ଧ ଆହତ । ଖମ୍ବେଶ୍ୱରୀ ବସ ସହ ଏକ ଅଏଲ ବୋଝେଇ ଟ୍ରକ୍ ମୁହାଁମୁହିଁ। ଚା ଦୋକାନ ଉପରେ ମାଡ଼ିଲା ବସ । ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛନ୍ତିବ। କ୍ରେନ୍ ଯୋଗେ ବସକୁ ଉଠାଇ ଦମକଳ ବାହିନୀ ଟିମ୍ ବସ ତଳେ ଚାପି ହୋଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳେ ସମରଝୋଳ ଗ୍ରାମର ପଞ୍ଚୁ ଗୌଡ଼ (୬୦), ଅରକ୍ଷିତ ଗୌଡ଼ (୬୫), ଜଣେ ପରିବା ବ୍ୟବସାୟୀ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଘଟିଛି । ଉଭୟ ପଞ୍ଚୁ ଏବଂ ଅରକ୍ଷିତ ଦୁହେଁ ସମୁଧି ହୋଇଥିବା ଜଣାପଡିଛି । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ୪ ମୃତ ଶରୀରକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠା ଯାଇଛି । ୨ ଦମକଳ ବାହିନୀ ଟିମ୍ ଏବଂ ହିଞ୍ଜିଳି ପୁଲିସ ସମେତ ୩ ଥାନା ଅଧିକାରୀ ଙ୍କ ସମେତ ପୋଲିସ ପହଞ୍ଚି ରେସ୍କୁ ଅପରେସନ ଜାରି ରଖିଛନ୍ତି । ସୂଚନା ପ୍ରକାରେ ବ୍ରହ୍ମପୁର ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୁଝେଇ ଟ୍ରକ ସହ ବିପରୀତ ପଟୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ୍ ଦୃତ୍ ଗତିରେ ଆସୁଥିବା ବେଳେ ମୁହାମୁହିଁ ହୋଇ ଭାରସାମ୍ୟ ହରାଇ ବସଟି ଓଲଟି ଯାଇଛି । ବସ୍ ଏବଂ ଟ୍ରକ୍ ର ଇଞ୍ଜିନ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି । ମାର୍କଣ୍ଡ ଚା ଦୋକାନରେ ବସ୍ ଚଢିବା ଦ୍ଵାରା ସମ୍ପୂର୍ଣ ଦୋକାନ ନଷ୍ଟ ହେବା ସହ ଚା ପିଇବାକୁ ଆସିଥିବା ୩ ବ୍ୟକ୍ତିଙ୍କ ମୃତ୍ୟ ଘଟିଥିବା ବେଳେ ଚା ଦୋକାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିକୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି । ଘଟଣା ସ୍ଥଳେ ଆସ୍କା ଏଡିପିଓ ଏବଂ ହିଞ୍ଜିଳି ତହସିଲଦାର ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛନ୍ତି । ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସୋକର ଛାୟା ଦେଖିବାକୁ ମିଳିଛି।