କନ୍ଧମାଳରେ ପୁଣିଥରେ ଦଙ୍ଗାର ଆଶଙ୍କା ଏକ ମିଥ୍ୟା ଗୁଜବ, ଭୟଭୀତ ନ ହେବାକୁ ପୁଲିସ ପକ୍ଷରୁ ପରାମର୍ଶ, ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ.….
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଏକ ଦଙ୍ଗା ହେବାର ଆଶଙ୍କା ନେଇ ବିଭିନ୍ନ ସୋସିଆଲ ମିଡ଼ିଆ, ଇନଷ୍ଟାଗ୍ରାମ, ଫେସ୍ ବୁକ୍, ହୁୱାଟସ ଆପ୍ ଜରୀଆରେ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠି ଓ ବ୍ୟକ୍ତି ବିଶେଷ ଗୁଜବ ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବ ସମଗ୍ର କନ୍ଧମାଳ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଛି l କେତେକ ଗ୍ରାମର ଲୋକେ ସୁରକ୍ଷିତ ସ୍ଥାନ ଖୋଜି ଚାଲିଯାଇ ଥିବା ବେଳେ ବିଭିନ୍ନ ମାଇନୋରିଟି ହଷ୍ଟେଲମାନଙ୍କରୁ ଛାତ୍ରଛାତ୍ରୀମାନେ ନିଜ ନିଜ ଗୃହକୁ ଚାଲି ଯାଇଥିବା ଖବର ମିଳୁଛି l ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବାସୀଙ୍କୁ ଭୟ ମୁକ୍ତ କରିବା ପାଇଁ ଡାକବାଦି ଯନ୍ତ୍ର ସାହାଯ୍ୟରେ କେହି ଭୟଭୀତ ନ ହେବା ପାଇଁ ଘୋଷଣା କରାଯାଇଅଛି । ଏହି ପରୀପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ସରପଞ୍ଚ, ବୁଦ୍ଧିଜୀବୀ, ଉଭୟ ସମ୍ପ୍ରଦାୟର ଗ୍ରାମ୍ୟ ପରିଚାଳନା କମିଟି ଓ ବଜାର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବ୍ରାହ୍ମଣୀଗାଁ ପୁଲିସ ପକ୍ଷରୁ ଦଙ୍ଗା ହେବାର ମିଥ୍ୟା ଗୁଜବକୁ କେହି ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି l କେହି ଭୟଭୀତ ହୋଇ ଗ୍ରାମ ଛାଡ଼ି ନ ଯିବାକୁ ଆଶ୍ଵାସନା ଦିଆ ଯାଇଛି l ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରିବା ସହ ପ୍ରତ୍ୟେକ ଗ୍ରାମକୁ ଯାଇ ଡ଼ାକ ବାଦି ଯନ୍ତ୍ର ସାହାଯ୍ୟରେ ଭୟ ମୁକ୍ତ ହୋଇ ରହିବାକୁ ଘୋଷଣା କରାଯାଇଛି । ଭୟଭୀତ ହେବା ବିଷୟ ହେଉଛି ଆଗକୁ ଜନ୍ମାଷ୍ଟମୀ ପର୍ବ ଆସୁଛି l ଏହି ଜନ୍ମାଷ୍ଟମୀ ସମୟରେ ଗତ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖ ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆଶ୍ରମ ଭିତରେ ପଶି କେହି ଦୁବୃର୍ତ୍ତ ମାନେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ l ତା ପର ଠାରୁ ହିନ୍ଦୁ ଧର୍ମାବଲମ୍ବୀ ତଥା ସ୍ୱାମୀଜୀଙ୍କ ଅନୁଗାମୀମାନେ ପ୍ରତିବର୍ଷ ଜନ୍ମାଷ୍ଟମୀ ପର୍ବ ସମୟରେ ସ୍ବାମୀଜୀଙ୍କ ବଳିଦାନ ଦିବସ ରୂପେ ମଧ୍ୟ ପାଳନ କରି ଆସୁଛନ୍ତି । ଏହି ବର୍ଷ ଜାଲେଶପଟ୍ଟା ଆଶ୍ରମରେ ବଡ଼ ଧରଣ ସମାଗମ ହେବାକୁ ଯାଉଛି l ଯେଉଁଠାରେ କି ଜିଲ୍ଲା ବାହାରୁ ତଥା ରାଜ୍ୟ ବାହାରୁ ମଧ୍ୟ ହିନ୍ଦୁ ଧର୍ମର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ଓ ବହୁ ଉଚ୍ଚ ପଦସ୍ଥ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରୀ ରାମ ସେନା କନ୍ଧମାଳ ନାମକ ସଂଗଠନ ପକ୍ଷରୁ ଜାରି କରାଯାଇଛି ଥିବା ଏକ ଚିଠିରେ ସ୍ୱାମୀଜୀଙ୍କ ବଳିଦାନ ବ୍ୟର୍ଥ ଜୀବନୀ, କନ୍ଧମାଳ କାର୍ଯ୍ୟରତ ମିଶନାରୀ ଯାଜକ, ପାଳକ , ସେବଭଗ୍ନିମାନଙ୍କୁ ଓ ଧର୍ମାନ୍ତିକରଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କୁ ଶାସ୍ତ୍ରରେ ନଚେତ ଶସ୍ତ୍ରରେ ବୁଝାଇବାକୁ ପଡ଼ିବ ବୋଲି ଏକ ଲେଖା ହୋଇ ବିଭିନ୍ନ ସୋସିଆଲ ମିଡ଼ିଆ, what’s app group ମାନଙ୍କରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ବ୍ୟକ୍ତି ବିଶେଷ ଓ ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା viral ହେବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ବିଭିନ୍ନ ମିଶନାରୀ ହଷ୍ଟେଲରୁ ପିଲାମାନେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁ ଥିବାର ସୂଚନା ମିଳିଛି l କେତେକ ଗ୍ରାମବାସୀ ନିଜ ଗୃହ ଛାଡ଼ି ଅନ୍ୟତ୍ର ଯାଇ ଆଶ୍ରୟ ନେଇ ଥିବା ଖବର ବ୍ୟାପିବାରେ ଲାଗିଛି l ୨୦୦୭ ଓ ୨୦୦୮ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ଅତି ନିକଟରୁ ଦେଖିଥିବା ଲୋକେ ଦଙ୍ଗା ନାମ ଶୁଣିଲେ ଭୟଭୀତ ହେଉଛନ୍ତି l ଏହି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାକୁ ଭୟମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ମଙ୍ଗଳ ବାର ଦିନ ବ୍ରାହ୍ମଣୀଗାଁ ଥାନା ପରିସରରେ ଆୟୋଜିତ ବୈଠକରେ ଉଭୟ ସମ୍ପ୍ରଦାୟର ଲୋକେ ୨୦୦୭ ମସିହାରେ ଦଙ୍ଗା ପରିସ୍ଥିତ କୁ ଅଙ୍ଗେ ନିଭାଇ ଛନ୍ତି l ସାମ୍ପ୍ରଦାୟିକ ହିଂସା ଦ୍ଵାରା ଯାହା ସବୁ କ୍ଷତି ହେଉଛି l ତାହା ବ୍ରାହ୍ମଣୀଗାଁ ବାସୀ ଭଲରେ ଉପଲବ୍ଧି କରିଛନ୍ତି l ଏହି ଅଞ୍ଚଳରେ ଭାଇଚାରା ଗଠନ କରି ପରସ୍ପର ସହିତ ସାହାଯ୍ୟ ସହଯୋଗରେ ଚଳିବାକୁ ନିଷ୍ପତ୍ତି ଗ୍ରହଣ କରି ଛନ୍ତି l ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଶ୍ୟାମ ମହାଙ୍କୁଡ ଓ ଗଣେଶ ଡ଼ାକୁଆ, ପ୍ରତାପ ପାଇକ ପ୍ରମୁଖ କହିଛନ୍ତି କି ଦଙ୍ଗା ପରିସ୍ଥିତି ଉପୁଜିବାର କୌଣସି ପ୍ରଶ୍ନ ହିଁ ନାହିଁ l ଆମ ସମ୍ପ୍ରଦାୟ ପକ୍ଷରୁ ଦଙ୍ଗା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ ବୋଲି କହି ଥିବା ବେଳେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ପକ୍ଷରୁ ରମାକାନ୍ତ ବଳିଆର ସିଂ, କିଶୋର ବଳିଆର ସିଂ, ପ୍ରଶାନ୍ତ ନାୟକ, ରବି ବେହେରା ଓ ପ୍ରେମାନନ୍ଦ ବସ୍ତିରାଇ ପ୍ରମୁଖ ଏହି ଗୁଜବକୁ ନେଇ ମନରେ କିଛି ଭୟର ଆଶଙ୍କା ଥିଲା l ବର୍ତ୍ତମାନ ପୁଲିସ ପ୍ରଶାସନ ଓ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ମିଥ୍ୟା ଗୁଜବ ସୃଷ୍ଟି ହୋଇଥିବା ବିଷୟ ଜାଣିବା ପରେ ଭୟ ମୁକ୍ତ ହୋଇ ରହିବାକୁ ନିଜ ଗ୍ରାମ ତଥା ଅଞ୍ଚଳ ବାସୀଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବୁ ବୋଲି କହିଛନ୍ତି । ଆୟୋଜିତ ବୈଠକ ପରିଚାଳନାରେ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ ଆଇ ରମାକାନ୍ତ ସେଠି, ଶଙ୍କର ୱାର୍ଡ଼କା, ରାଇଟର ଆଶୋକ କୁମାର ସାହୁ ସମେତ ସମସ୍ତ ପୁଲିସ୍ ବାହିନୀ, ଗୃହରକ୍ଷୀମାନେ ସହଯୋଗ କରିଥିଲେ ।