ନୂଆପଡାରେ ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା….

କୋମନା( ବିରବଲ ପ୍ରଧାନ): ଏସ୍‌ସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଛି I ସଂରକ୍ଷଣ ବଞ୍ଚାଓ ସଂଘର ବନ୍ଦ ଡାକରାରେ ସାମିଲ ହୋଇଛି ଏସ୍ ସି ଓ ଏସ୍ ଟି, ଦଳିତ ଓ ଆଦିବାସୀ ସଂଘ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସେହିପରି ନୂଆପଡା ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡିଛି I ନୂଆପଡା ଜିଲ୍ଲାର କୋମନା, ଖଡ଼ିଆଳ, ସିନାପାଲି, ବୋଡେ଼ନ, ଭଳି ପାଞ୍ଚଗୋଟି ବ୍ଲକର ବିଭିନ୍ନ ଜାଗାରେ ଜାତୀୟ ରାଜପଥ 353ର ତରବୋଡ, ଉଦ୍ୟାନବନ୍ଧ ଓ ବିଜୁ ଏକ୍ସପ୍ରେସ ୱେର ମିଛାପାଲି ଭଳି ଅନେକ ସ୍ଥାନରେ ଭାରତ ବନ୍ଦ ପ୍ରଭାବ ଦେଖାଦେଇଛି I ଏହି ପ୍ରଭାବରେ ଅଖ ଚକ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇଥିଲେ । ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ଫେରାଇ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।ଏହି ଆନ୍ଦୋଳନ ସମୟରେ ଆଦିବାସି ସଂଘର କୋମନା ବ୍ଲକ ସଭାପତି ଜ୍ଞାନେଶ୍ଵର ମାଝୀ, ସୁବାସ ଆଡ଼ବଙ୍ଗ, କେଶବ ଲାଲ କୁମ୍ବାର, ଯୋଗେଶ୍ଵର ମାଝୀ, ଉପାସୁ ସୁନାନୀ, ଯମୁନା ଧରୁଆ, ସୁଜନ ମାଝୀ, ହେମନ୍ତ କୁମ୍ଭାର, ସନ୍ତରାମ ମାଝୀ, ଗୌତମ ମାଝୀ, ବିନୋଦ ସୁନାନୀ, ବ୍ରହ୍ମା ସୁନାନୀ, ଠାକୁର ଜଗତ, ରାଜେସ ଜଗତ, ହରିକେସ ଜାଲ, ଚିତ୍ତରଞ୍ଜନ ସୁନାନୀ, ପ୍ରଶନ୍ନ କୁମାର ତାଣ୍ଡି, ବିରଞ୍ଚି ବାଗ,ଭଗବାନ ତାଣ୍ଡି, ଲକ୍ଷ୍ମୀକାନ୍ତ ତାଣ୍ଡି, କ୍ଷେତ୍ରମୋହନ ମାଝୀ, ସନ୍ତୋଷ ସଗରିଆ ସମେତ ଶତାଧିକ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ ।