ରାମଗିରିଠାରେ ଭାରତବନ୍ଦର ପ୍ରଭାବ ଯୋଗୁଁ ଯାତାୟାତ ଠପ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଅଞ୍ଚଳରେ ଭାରତବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟଙ୍କ ଅନୁସୂଚୀତ ବର୍ଗଙ୍କ ମଧ୍ୟରେ ଆନ୍ତରୀଣ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଆଦିବାସୀ ମୋର୍ଚ୍ଚା ଏବଂ ବିଭିନ୍ନ ଆଞ୍ଚଳିକ ସଂଘ ମିଳିତ ଭାବେ ଭାରତ ବନ୍ଦ ଡାକରାରେ ସାମିଲ୍ ହୋଇ ମୁଖ୍ୟରାସ୍ତାକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଆଜି ଭାରତ ବନ୍ଦ ଯୋଗୁଁ ରାମଗିରି ସାପ୍ତାହିକ ହାଟ ବାଧାପ୍ରାପ୍ତ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଥିବା ସହିତ ଯାନବାହନ ଚଳାଚଳ ମଧ୍ୟ ଠପ ହୋଇ ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ରାମଗିରି ଅଞ୍ଚଳର ଆଦିବାସୀ ସଙ୍ଘର ଜଣାଶୁଣା ବୁଦ୍ଧିଜିବୀ ଗୋପାଳ କୃଷ୍ଣ ଦଳେଇ, ରଘୁନାଥ ବଡମୁଣ୍ଡି, ତାପସ ରଇତ, ବନମାଳୀ ଶବର, କିଶୋର ପ୍ରଧାନ, ଯୁଧିଷ୍ଠିର ବଡମୁଣ୍ଡି ତଥା ସୁବଲଡା, ମଙ୍ଗରାଜପୁର, ଟାଙ୍ଗିଲି ପଞ୍ଚାୟତର ସରପଞ୍ଚ, ଅନେକ ବୁଦ୍ଧିଜିବୀ, ଆଦିବାସୀ ନେତା ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ।