ଭବାନୀପାଟଣା(ତୁଳମଣି ନାଗ): ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଏସ.ଟି ଓ ଏସ.ସି ମାନଙ୍କର ଉପବର୍ଗୀକରଣ ଏବଂ କିମିଲେୟାର ସମ୍ବନ୍ଧୀୟ ଦେଇଥିବା ରାୟ ବିରୋଧରେ ST/SC ସୁରକ୍ଷା ମହାସଂଘ ପକ୍ଷରୁ ଭାରତ ବନ୍ଧ ଡାକରା ଦେଇଥିବା ବେଳେ କଳାହାଣ୍ଡି ଶାଖା ପକ୍ଷରୁ ମଧ୍ୟ ଜିଲ୍ଲାର କେସିଙ୍ଗା , କର୍ଲାମୁଣ୍ଡା, ମଦନପୁର ରାମପୁର, ନାର୍ଲ୍ଲା, ଲାଞ୍ଜିଗଡ଼, ଥୁଆମୂଲ ରାମପୁର, କଲମପୁର, ଜୟପାଟଣା, କୋକସରା, ଧର୍ମଗଡ, ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ବ୍ଲକରେ ନକଟିଗୁଡ଼ା, ଘୋଦଘଟ ଛକ୍, କଲେଜ୍ ଛକ, ତହସିଲ ଅଫିସ ଛକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ବିକ୍ଷୋଭ କାରୀ ଟାୟର ଜାଳିବା ସହ ରାଜରାସ୍ତାକୁ ବନ୍ଧ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଧ କରିଛନ୍ତି । ଏହି ମହାବନ୍ଦର ପ୍ରଭାଵରେ ଦୋକାନ ବଜାର, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି l ଉଚ୍ଚ ନ୍ୟାୟାଳୟ ଦେଇଥିବା ଉକ୍ତ ରାୟକୁ ପୁନର୍ବାର ବିଚାର କରି ହଟାଇ ଦିଆଯାଉ ନ ହେଲେ ଆଗାମୀଦିନରେ ଭୟଙ୍କର ଆନ୍ଦୋଳନ ହେବା ବୋଲି କହିଛନ୍ତି ST/SC ସୁରକ୍ଷା ମହାସଂଘ ସଭାପତି ପ୍ରକାଶ ମାଝୀ ।