ଗୁମ୍ମା ବ୍ଲକ ମିଞ୍ଜିରି ଗ୍ରାମରେ ଭୁସ୍କଳନ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମ ପଞ୍ଚାୟତ ମିଞ୍ଜିରି ଗ୍ରାମରେ ଗତ ରାତି 3 ଘଣ୍ଟା ସମୟରେ ଭୁସ୍କଳନ ହୋଇଥିବା ଜଣାପଡିଛି । ସମସ୍ତ ଜନ ସାଧାରଣ ତଥା ଗୃହ ପାଳିତ ପଶୁ ପକ୍ଷୀ ସମ୍ପୂର୍ଣ ନିରାପଦରେ ଥିବା ସୂଚନା । ଶତାଧିକ କାଜୁ ଗଛ ଓ ତିନିଟି ପିଇବା ପାଣି ଟାଙ୍କି ନଷ୍ଟ ହୋଇଥିବା ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡାଙ୍କୁ ଜଣାଇଛନ୍ତି ଉଖୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଯିଶୀ ଗମାଙ୍ଗ ଓ ଲିମ୍ନ ଗମାଙ୍ଗ । ଏଥି ସହିତ ତୁରନ୍ତ କ୍ଷତି ପୂରଣ ପ୍ରଦାନ ଓ ନଷ୍ଟ ହୋଇଥିବା ପିଇବା ପାଣି ଟାଙ୍କି ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ପୁର୍ବରୁ ମଧ୍ୟ ଉକ୍ତ ସ୍ଥାନରେ ଭୁସ୍କଳନ ଘଟିଥିବା ଗ୍ରାମବାସୀ କହିଛନ୍ତି ।