କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରି, ଲୁଟ ତରାଜ ବଢ଼ିବାରେ ଲାଗିଛି l ଲୁଟେରାମାନେ ସବୁବେଳେ ପୁଲିସକୁ ଖୁଲମଖୁଲା ଚେଲେଞ୍ଜେ କରି ଲୁଟ୍ କରୁଛନ୍ତି ସୁନା, ଗହଣା ଆଉ ଟଙ୍କା । ଶନିବାର ସନ୍ଧ୍ୟା ପାଞ୍ଚଟା ସମୟରେ ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମର ଗୋକୁଳ ମହାନ୍ତଙ୍କ ଝିଅ ବିଜୟ ଲକ୍ଷ୍ମୀ ଓ ଜ୍ବାଇଁ ସୁଶାନ୍ତ କୁମାର ମହାନ୍ତ କେନ୍ଦୁଝର ଓଟିଇଟି ପରିକ୍ଷା ଦେଇ ଫେରୁଥିବା ସମୟରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ, ଉଦୟପୁର, ସିଲିଦା ଛକ ରାସ୍ତା ପଟାଶ ଜଙ୍ଗଲ ନିକଟରେ ୨ ଦୁର୍ବୃତ୍ତ ଗୋଟିଏ କଳା ନାଲି ରଙ୍ଗର ପୋଲସର ରେ ପଛପଟୁ ଆସି ଶୁସାନ୍ତ ମହାନ୍ତଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଧକ୍କାରେ ସୁଶାନ୍ତ ଓ ତାଙ୍କ ପତ୍ନୀ ତଳେ ପଡିଯିବାରୁ ଦୁବୃର୍ତ୍ତମାନେ ବିଜୟ ଲକ୍ଷ୍ମୀ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ଥିଲେ । ସୁଶାନ୍ତ ପ୍ରତିବାଦ କରିବାରୁ ୨ ଦୁବୃର୍ତ୍ତ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ଭୟଭିତ କରି ଘଟଣା ସ୍ଥଳରୁ କଳା ନାଲି ପୋଲସରରେ କେନ୍ଦେଇପଶି ଆଡ଼କୁ ଫେରାର ହୋଇଥିଲେ । ଏନେଇ ବିଜୟଲକ୍ଷ୍ମୀ ଓ ସୁଶାନ୍ତ ମହାନ୍ତ ପୁଲିସ ଥାନାରେ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ଥାନାରେ ୨୪୦/୨୪ରେ ଏକ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୁଟେରା ମାନଙ୍କୁ ଧରିବା ପାଇଁ ଜୋରଦାର ଛାନବିନ ଜାରି ରହିଛି ।