ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଛକ ସ୍ଥିତ ପେଟ୍ରୋଲ ପମ୍ପ ପରିସରରେ ନୁଆପଡ଼ା ଜିଲ୍ଲା କୁଲୁତା ସମାଜର ଜିଲ୍ଲା ସଭାପତି ତଥା ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁଙ୍କ ସଭାପତିତ୍ଵରେ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ନୂଆଖାଇ ଭେଟଘାଟକୁ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି । ନୁଆଖାଇ ଭେଟଘାଟକୁ ଆକର୍ଷଣୀୟ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସ୍ଥିର କରାଯାଇଛି । ସେପ୍ଟେମ୍ବର ମାସ ୮ ତାରିଖ ଦିନ ନବାନ୍ନ ଭକ୍ଷଣ ଉତ୍ସବ ଥିବାବେଳେ ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ନୁଆପଡା ସ୍ଥିତ ପୁଲିସ ପଡିଆଠାରେ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକରେ କୋମନା କେନ୍ଦ୍ର ସଭାପତି ତଥା ବିଶିଷ୍ଟ ସମାଜସେବୀ ବୈଷମପାୟନ ସାହୁ, ବୀରେନ୍ଦ୍ର ପ୍ରଧାନ, ଇଶ୍ଵର ସାହୁ, ମଦନ ସୁନ୍ଦର ସାହୁ,ଅଶ୍ଵିନି କୁମାର ଭୋଇ, ସାନ ପ୍ରଧାନ, ନବୀନ ପ୍ରଧାନ, କିଶୋରଚନ୍ଦ୍ର ପ୍ରଧାନ, ରଞ୍ଜିତ ଭୋଇ, ଘାଁସିରାମ ଭୋଇ, ଓଁ ପ୍ରକାସ ପ୍ରଧାନ, ସଂଜୟ ପ୍ରଧାନ, ଫକିର ପ୍ରଧାନ, ସୁବାସ ପ୍ରଧାନ, ତୁଲାରାମ ପ୍ରଧାନ, ତପ ଭୋଇ, ଇନ୍ଦ୍ର ଭୋଇ, ଦେବେନ୍ଦ୍ର ପ୍ରଧାନ, ପଦ୍ମନ ପ୍ରଧାନ, ସୁବୋଧ ଭୋଇ ଓ ପୁଚି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।