ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଦେଡ଼ ବର୍ଷର ଝିଅକୁ ହରେଇଇଲେ ପରିବାର ଲୋକେ…..

ବାଲିଗୁଡା(ସିବନ୍ତ ଦିଗାଲ ): ପୁଣି ଏକ ଦାଦନ ଦୁଃଖ, ପରିବାରରେ ପ୍ରତିପୋଷଣନିମନ୍ତେ ତାମିଲନାଡୁ ଯାଇଥିଲେ । ହେଲେ ଦେଡ଼ ବର୍ଷ ର ଛଟ ଛୁଆକୁ ହରାଇ ଘରକୁ ଫେରିଲେ ଦାଦନ ଶ୍ରମିକ । ସ୍ୱାମୀ ଓ ସ୍ତ୍ରୀ ଦୁହେଁ କମ୍ପାନୀରେ କାମ କରୁଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଅସାଭଧାନତା ଯୋଗୁଁ ଦେଡ଼ ବର୍ଷର ଛୋଟ ଛୁଆ କମ୍ପାନୀର ମେସିନିରେ ପଡି ଜୀବନ ଚାଲିଯାଇଥିଲା l ମେସିନରେ ପଡ଼ିବା ଯୋଗୁଁ ପୁରା ଶରୀର ଖଣ୍ଡ ଖଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ ପରିବାରର ସଦସ୍ୟ । ଏଭଳି ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ତୁମ୍ବୁଡିବନ୍ଦ ବ୍ଲକର କୁର୍ତ୍ତମଗଡ଼ ପଞ୍ଚାୟତର ପଡିକିଆ ଗ୍ରାମରେ ଘଟିଛି । ସୂଚନା ମୁତାବକ ପରିବାରର ଆର୍ଥିକ ସ୍ଥିତି ସଚଳନ ନଥିବାରୁ ବାଧ୍ୟ ହୋଇ ନିଜ ରାଜ୍ୟରେ କାମ ଅଭାବ ଥିବା କାରଣରୁ ନିଷେନ୍ଦ୍ର ମାଝୀ ଓ ତାଙ୍କ ପରିବାର ତାମିଲନାଡୁ ଯାଇଥିଲେ । ହେଲେ ପରିବାରରେ ଘଟିଗଲା ଏକ ଏପରି ଅଘଟଣା । ଚାଲିଗଲା ଛୋଟ ଝିଅର ଜୀବନ l ଏବେ ଦେଡ଼ ବର୍ଷ ଛଟ ଛୁଆଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପୁରା ପରିବାର ଲୋକେ । ଏପରି ଭାବରେ ଆମ ରାଜ୍ୟର ଲୋକମାନେ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣାର ସାମ୍ନା କରି ଫେରୁଛନ୍ତି । ଛୁଆଙ୍କ ବାପା ନିଷେନ୍ଦ୍ର ମାଝୀ କହିଛନ୍ତି ଯେ ଛୁଆର ମେସିନରେ ଖଣ୍ଡ ଖଣ୍ଡ ହୋଇ ମୃତ୍ୟୁ ଘଟିଥିଲା ଏବଂ ତାମିଲନାଡୁରେ ଯୋଉ କମ୍ପାନୀରେ କାମ କରୁଥିଲେ ସେକମ୍ପାନୀର ମାଲିକ ସୁଦ୍ଧ କ୍ରିୟା ପାଇଁ 50,000 ଟଙ୍କା ସହାୟତା ପ୍ରଦାନ କରିଥିବା କହିଛନ୍ତି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ୍ୟ ପ୍ରତିଶୃତି ଦେଇଛନ୍ତି ଯେ କିଛି ମାସ ଗଲାପରେ ଆଉ ଦୁଇ ଲକ୍ଷ ଟଙ୍କା ଦିଆଯିବ । ନିଷେନ୍ଦ୍ର ମାଝୀ ଆମ ଓଡିଶା ସରକାରଙ୍କୁ ମଧ୍ୟ୍ୟ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି l