କେରଳ ରାଜ୍ୟରୁ ଓଡିଶା ଫେରିଲା ବେଳେ କନ୍ଧମାଳ ଜିଲ୍ଲା ଗୁମୁଡ଼ୁ ମାହା ଗ୍ରାମର କେଶବ ବେହେରା ନାମକ ଦାଦନ ଶ୍ରମିକ ନିଖୋଜ….
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତ ଗୁମୁଡୁମାହା ଗ୍ରାମର କେଶବ ବେହେରା ନାମକ ଜଣେ ବ୍ୟକ୍ତି କିଛି ମାସ ହବ କେରଳ ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ସୂଚନା ମିଳିଛି । ନିଜ ଗ୍ରାମକୁ ଫେରିବା ବେଳେ ସେ ନିଖୋଜ ଥିବା କହିଛନ୍ତି ପରିବାରର ସଦସ୍ୟ । ଏ ନେଇ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା ବେହେରା ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେଶବ ବେହେରାଙ୍କ ଜନ୍ମ ସ୍ଥାନ ହେଉଛି ତୁମ୍ବୁଡ଼ିବନ୍ଧ ବ୍ଲକର କୁର୍ତ୍ତମଗଡ ଗ୍ରାମ l ବୟସ ପ୍ରାୟ 30 ପାଖାପାଖି । ସେ ବିବାହ କରିବା ପରେ କିଛି ବର୍ଷ ହେବ ନିଜ ଗାଁ ଛାଡି ନିଜ ଶଶୁର ଘର ଗୁମୁଡ଼ୁ ମାହା ଗ୍ରାମରେ ବସବାସ କରୁଥିଲେ । ପରିବାର କହିଲେ ତାଙ୍କ ସ୍ତ୍ରୀ ସମେତ ଗୋଟେ ପୁଅକୁ ତିନି ଝିଅକୁ ବୁଝାଏ । କେଶବ ବେହେରା ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରତ୍ୟକ ଦିନ ମୋଝୁରି କାମ କରନ୍ତି । ପରିବାର ପ୍ରତିପୋଷଣ କରିବା ପାଇଁ କୁଲି ମୋଝୁରି କାମ କରିବାକୁ କେରଳ ରାଜ୍ୟର ବିଭିନ୍ନ କମ୍ପାନୀରେ କାମ କରିବାକୁ ଯାଇ ଭଲରେ ଫେରି ଆସୁଥିଲେ । ଏଥର କିନ୍ତୁ କେଶବ ଆଉ ନିଜ ପରିବାରକୁ ଫେରି ନାହାନ୍ତି l କେଶବଙ୍କୁ ଝୁରି ଝୁରି ରହୁଛନ୍ତି ସ୍ତ୍ରୀ ଏବଂ ଛୋଟ ଛୋଟ ପିଲା ଓ ପୁରା ପରିବାର ଲୋକେ । ତାଙ୍କ ସ୍ତ୍ରୀ କହିବା ଅନୁସାରେସେ ଘରକୁ ଫେରିବା ଦିନ ରେଲୱେ ଷ୍ଟେସନରୁ ଫୋନ କଲ୍ କରିଥିଲେ କେଶବ l କିନ୍ତୁ କିଛି ସମୟ କଥା ହେଲା ପରେ ପୁନର୍ବାର ଫୋନ କଲାବେଳେ ଫୋନ ସୁଇଚ ଅଫ ହୋଇଥିବା କହିଛନ୍ତି କେଶବ ବେହେରାଙ୍କ ସ୍ତ୍ରୀ ।ଦୀର୍ଘ ୨୪ ବର୍ଷର ସ୍ଥିର ସରକାର ଥିଲେ ମଧ୍ୟ ଓଡିଶାରେ ଯୁବକ ଗୋଷ୍ଟି ପାଇଁ କୌଣସି କମ୍ପାନୀ କରି ପାରିନଥିଲେ । କିନ୍ତୁ ବହୁ ବର୍ଷ ପାରେ ରାଜ୍ୟ ରେ ନୂତନ ସରକାର ଗଠନ ହୋଇଛି କିନ୍ତୁ କୌଣସି ପରିବର୍ତନର ଦେଖା ନାହି । ନୂତନ ସରକାର ବିକାଶ ର ଡିଣ୍ଡିମ ପିଟୁ ଥିବା ବେଳେ ବର୍ତ୍ତମାନ ମଧ୍ୟ ରାଜ୍ୟ ବାହାରକୁ ହଜାର ହଜାର ସଂଖ୍ୟାରେ ଯୁବକ ଓ ଯୁବତୀ ଦାଦନ ଖଟି ପରିବାର ପ୍ରତିପୋଷଣ କରିବାକୁ ଯାଉଛନ୍ତି l ଅନେକ ସମୟରେ ନିଜ ଭିଟା ମାଟିକୁ ଶବ ହୋଇ ଫେରୁ ଥିବା ଘଟଣା ଦେଖିବାକୁ ମିଳୁଛି l ଏଥିରୁ କନ୍ଧମାଳ ଜିଲ୍ଲା ମଧ୍ୟ ବାଦ ପଡ଼ି ନାହି l ଓଡ଼ିଶାରେ ରୋଜଗାରର ପନ୍ଥା ନ ଥିବାରୁ କନ୍ଧମାଳ ଜିଲ୍ଲାର ଶହ ଶହ ବଯୁବକ ଯୁବତୀ ବାହାର ରାଜ୍ୟକୁ ପ୍ରତ୍ୟେକ ଦିନ ଯାଉଛନ୍ତି l ସରକାରଙ୍କ ଦ୍ୱାରା ହେଉ ଥିବା ବିକାଶର ମାଳ ମାଳ ଯୋଜନା ଦିବା ସ୍ୱପ୍ନ ବୋଲି କହିଛନ୍ତି କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଥିବା କନ୍ଧମାଳର ଯୁବକ ଯୁବତୀ l ତେଣୁ ସରକାରଙ୍କୁ ଏଥି ପ୍ରତି ଗୁରୁତ୍ୱ ଦେଇ ଯୁବକ ଯୁବତୀଙ୍କ ନିମନ୍ତେ ରୋଜଗାରର ପନ୍ଥା ଯୋଗାଇ ଦେବା ପାଇଁ ଜିଲ୍ଲା ବାସୀ ଦାବୀ କରିଛନ୍ତି l