ଜୟପୁର ଇଭାନଜେଲିକାଲ୍ ଲୁଥରାନ୍ ଚର୍ଚ୍ଚ ସଦର ଏବଂ ନୂଆଗୁଡ଼ ଯୁବାସଂଘ ଦ୍ଵାରା ମଶାଣି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….
ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ମାଲକାନଗିରି ସଦର କୋରୁକୋଣ୍ଡା ରାସ୍ତାରେ ଥିବା ଖ୍ରୀସ୍ଟିଆନ୍ କବରପଦା ଓ ହିନ୍ଦୁ ମଶାଣି ପରିସରରେ ଆଜି ଖ୍ରୀଷ୍ଟୀୟ ଯୁବା ସଂଘ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଦିନକୁ ଦିନ ମାଲକାନଗିରି ଜିଲ୍ଲାର ତାପମାତ୍ରା ବୃଦ୍ଧି ଓ ପାଣିପାଗ ବଦଳିବାରେ ଲାଗିଛି l ଜନସାଧାରଣଙ୍କ ସଚେତନତାର ଅଭାବ ଯୋଗୁଁ ପରିବେଶ ସୁରକ୍ଷା ହୋଇପାରୁ ନାହୁଁ l ଏହି ସବୁ କାରଣରୁ ଗତ 2 ରୁ 3 ବର୍ଷ ହେଲାଣି ମାଲକାନଗିରି ଜିଲ୍ଲାରେ ଗରମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି l ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଅଧିକରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଯୁବକ ଯୁବତୀ ଅନୁଭବ କରି ଵୃକ୍ଷ ରୋପଣ କରି ଥିବା କହିଛନ୍ତି । ତେଣୁ ଚଳିତ ବର୍ଷ ଆନ୍ତର୍ଜାତୀୟ ବିଶ୍ଵ ଯୁବା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କହିଛନ୍ତି ସ୍ଥାନୀୟ ଯୁବକ ଯୁବତୀ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୁବା ଯୁବତୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରଜାତିର 100ଟି ଗଛ ମଶାଣି ପରିସରରେ ଲଗାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଖ୍ରୀଷ୍ଟୀୟ ଯୁବ ସଂଘ ତରଫରୁ ସୁଦୀପ୍ତ ଖୋସ୍ଲା, ସରିତା ରୂପା, ଜାକୋବ ଖୋରା, ଜୁନେଶ ହିଆଲ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଉତ୍ସୁକତାର ସହ ଅଂଶ ଗ୍ରହଣ କରିଥିଲେ ।