ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର….

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀଙ୍କ ସ୍ତ୍ରୀ ମଧୁକାନ୍ତି ଦିଶାରୀ(୨୩)ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନ ଜଣାଇ ପରିବାର ଲୋକେ ଶବକୁ ଏକ ଅଟୋରେ ନେଇ ଯାଉଥିବା ବେଳେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ସିକ୍ୟୁରିଟି କର୍ମଚାରୀମାନେ ଅଟକାଇବା ସହ ଏନେଇ ଭାରପ୍ରାପ୍ତ ଡାକ୍ତରଙ୍କୁ ଖବର ଦେଇଥିଲେ । ପରେ ଘଟଣା ସମ୍ପର୍କରେ ଆମପାଣି ପୁଲିସକୁ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଥିଲେ । ପରେ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ୭/୨୪ରେ  ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିବା ସହ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସ.ଆଇ ମିନତୀ ବଡ଼ ନାୟକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୪ ବର୍ଷ ତଳେ ହେମନ୍ତ ମାଝୀ ମହିଳାଙ୍କୁ ସର୍ଗିଗୁଡା ଗ୍ରାମରୁ ପ୍ରେମ ବିବାହ କରିଥିଲେ।