ଅନୁସନ୍ଧାନ ଭାରତ(ବ୍ୟୁର): ଜନ ସଚେତନତା ଅଭାବରୁ ସମଗ୍ର ପୃଥିବୀ ମଧ୍ୟରେ ଦିନକୁ ଦିନ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ସଂଖ୍ୟ ବୃଦ୍ଧି ହେବାରେ ଲାଗିଛି । ମଣିଷ ମଧ୍ୟରେ ଥିବା ମାନସିକ ଅସୁସ୍ଥତାକୁ ଚିହ୍ନିବା ସହଜ ବିଷୟ ହୋଇ ନ ଥିବାରୁ ଲୋକମାନେ ଚିକିତ୍ସାରେ ଅବହେଳା କରିଥାନ୍ତି । ଯାହାର ଫଳ ସ୍ୱରୁପ ସମାଜ ମଧ୍ୟରେ ଦିନକୁ ଦିନ ଅବସାଦ ଆତ୍ମହତ୍ୟା, ହତ୍ୟା ପରି ବିଭିନ୍ନ ଜଘନ୍ୟ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ପରିସ୍ଥିତିକୁ ଆଖି ଆଗରେ ରଖି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ରୋଟାରୀ କ୍ଲବ୍ ଫୁଲବାଣୀର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ରୋଟାରୀ ସେବା ଟ୍ରଷ୍ଟ୍ ପରିସର ଫୁଲବାଣୀରେ ମାନସିକ ସ୍ୱାସ୍ଥ୍ୟ ପ୍ରତିବନ୍ଧକ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ୍ ତଥା ଆଇନ୍ଜିବୀ ବିଜୟ କୃଷ୍ନ ପଟ୍ଟନାୟକ ପରିବାରମାନଙ୍କ ସମସ୍ୟାର ଉଦାହରଣ ଦ୍ୱାରା ମଣିଷର ମାନସିକ ଅବସ୍ଥାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ମିଳିତ ଭାବରେ କିପରି ଆହୁରି ସୁଦୃଢ଼ କରାଯିବ ସେହି ବିଷୟରେ ଆଲୋକପାତ କରିଥିଲେ । ସ୍ୱାତୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ପ୍ରଦୀପ ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା, ମାନସିକ ରୋଗ, ଆନ୍ଦୋଳିତ ମାନସିକ ଅବସ୍ଥା ବିଷୟକୁ ବିଭିନ୍ନ ଲେଖା ଏବଂ ଭିଡିଓ ମାଧ୍ୟମରେ ଅଂଶଗ୍ରହଣକାରିମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର କ୍ଲିନିକାଲ ସାଇକୋଲୋଜିଷ୍ଟ ତପସ୍ୱିନୀ ଆଚାର୍ୟ ମାନସିକ ଅସୁସ୍ଥତା ର କାରଣ, ଲକ୍ଷଣ, ନିରାକରଣ ଏବଂ ଯୌଥ ପରିବାରର ଉପାଦେୟତା ବିଷୟରେ ବୁଝାଇଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଚିକିତ୍ସା ପରିସରକୁ ଆଣିବା ନିମନ୍ତେ ଦେଖାଦେଉଥିବା ପ୍ରତିବନ୍ଧକର କାରଣ ସମ୍ବଦ୍ଧରେ ସ୍ୱାତୀ ଅନୁଷ୍ଠାନର ମାନସିକ ସ୍ୱାସ୍ଥ୍ୟ ସ୍ବେଚ୍ଛାସେବୀମାନେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯତ୍ନକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ଅନୁଭୁତିମାନ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ପ୍ରତି ପରିବାର ଏବଂ ସମାଜର ଦାଇତ୍ୱ ବିଷୟରେ କନ୍ଧମାଳ ଜିଲ୍ଲାର ଉପ ଆରକ୍ଷୀ ଅଧିକାରୀ ସର୍ବେଶ୍ୱର ବେହେରା ସମ୍ୟକ୍ ଧାରଣା ଦେଇଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ନିମନ୍ତେ ଯତ୍ନକାରୀମାନଙ୍କ ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ.ହରିଶଙ୍କର ରାଉତ୍ ପ୍ରକାଶ କରିଥିଲେ । ଆଗାମି ଦିନ ମାନଙ୍କରେ ସ୍ୱାତୀ ଏବଂ ରୋଟାରୀ ମିଳିତ ଭାବରେ କିପରି ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ସବୁ କରିପାରିବେ ସେହି ବିଷୟରେ ରୋଟାରୀ କ୍ଲବର ସଭାପତି ରୋଟାରୀଆନ୍ ବିପ୍ର ଚରଣ ପାତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ସମସ୍ତ ରୋଟାରୀଆନ୍ ସରବେଶ୍ୱର ମିଶ୍ର, ରବିନାରୟଣ ସୁବୁଧି, ଗ୍ୟାନ କୁମାର ଦୋରା, ପ୍ରକାଶ କୁମାର ପଣ୍ଡା , ଶିଶୁ ମଙ୍ଗଳ ସମିତିର ସଭ୍ୟ ସଦାଶିବ ପାତ୍ର, ଗଣ ମାଧ୍ୟମ ପ୍ରତିନିଧି, ଆଗଧାଡି ସ୍ୱାସ୍ଥ୍ୟ କର୍ମୀ, ଜନ ସମ୍ପର୍କ ଅଧିକାରୀ ପବ୍ଲିକ ସ୍କୁଲ୍, ସ୍ୱାତୀ ଅନୁଷ୍ଠାନର ମାନସିକ ସ୍ୱାସ୍ଥ୍ୟ ପ୍ରକଲ୍ପର କର୍ମକର୍ତା, ଜତ୍ନକାରୀ, ସୁସ୍ଥ ଲାଭ କରିଥିବା ମାନସିକ ଅସୁସ୍ଥ ବ୍ୟକ୍ତି, କ୍ଷେତ୍ରକର୍ମୀ ଆଲୋକ ସାମନ୍ତରାୟ, ପ୍ରକଲ୍ପ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ୍ ସ୍ୱାଈଁ ପରିଚାଳନା କରିଥିଲେ । ରୋଟାରୀ କ୍ଲବ ଓ ସ୍ୱାତୀ ଆଗାମି ଦିନରେ କିପରି ସ୍ୱାତୀ ଦ୍ୱାରା ଚିହ୍ନଟ ୨ ଗୋଟି ବ୍ଲକ ( ଫୁଲବାଣୀ ଓ ଫିରଙ୍ଗିଆ) ୮୦୬ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ କିପରି ସହଯୋଗ କରିପାରିବ ଏହି କର୍ମଶାଳାର ମୂଳ ଲକ୍ଷ ଥିଲା l ସର୍ବଶେଷରେ ରୋଟାରିଆନ ପ୍ରସନ ପଣ୍ଡା ସମସ୍ତ ଅଂଶଗ୍ରହଣ କାରି ଓ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।