ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରର ବାଇ ପାସ୍ ରାସ୍ତା ନିର୍ମାଣ ମନ୍ଥନ ଗତିରେ ଚାଲିଛି। ଫଳରେ ଯାନବାହାନ ଚଳାଚଳ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ରାତ୍ରି ସମୟରେ ଠିକ୍ ଭାବେ ରାସ୍ତା ଦେଖା ଯାଉନଥିବା ଯୋଗୁଁ କଲଭର୍ଟ ଗର୍ତ୍ତ ଭିତରକୁ ବାରମ୍ବାର ମଟର ସାଇକେଲ ଚାଳକ ମାନେ ଖସି ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ କିଛି ଦିନ ତଳେ ରାତିରେ ଏକ ମଟର ସାଇକେଲ ପଡିଯାଇଥିବା ଦେଖିବାକୁ ମିଳିଛି । ମଟର ସାଇକେଲ ରାସ୍ତା ନିର୍ମାଣ କରୁଥିବା କର୍ମଚାରୀମାନେ ବାହାର କରୁଥିବା ଦେଖିବାକୁ ମିଳିଥିଲା । ଖବର ନେବାରୁ ଜଣାପଡିଛି ଯେ ଗୁଡାରୀ ବ୍ଲକ ଢେପା ଗୁଡା ଅଞ୍ଚଳର ଜଣେ ଯୁବକ ତାଙ୍କ ସମ୍ପର୍କୀୟଙ୍କୁ ଆଣିବା ପାଇଁ ଗୁଣପୁର ରେଳ ଷ୍ଟେସନକୁ ରାତି ୨ ଘଣ୍ଟା ସମୟରେ ଯିବା ସମୟରେ ଏହିଭଳି ଦୁର୍ଘଟଣାର ଶିକାର ହୋଇଥିଲେ । କଲଭର୍ଟ ଗର୍ତ୍ତ ଚାରିପଟେ ଉପଯୁକ୍ତ ବେରିକେଟ ନ କରି ନାଲି ଫିତା ଲଗାଇ ଛାଡି ଦେଉଥିବା ଯୋଗୁଁ ଏହି ଭଲି ଦୁର୍ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ସେ ଏହି ରାସ୍ତା ୪ ଟିକିଆ କରିବା ସହ ମାଷ୍ଟର ଡ୍ରେନ୍ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ୧୬ କୋଟି ୩୦ ଲକ୍ଷ ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା । ଏହି ଟେଣ୍ଡର ବିଆରସି ନାମକ ଏକ ଆନ୍ଧ୍ର ଠିକା ସଂସ୍ଥା ପାଇଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ସାରିବା ପରେ ମଧ୍ଯ କାର୍ଯ୍ୟ ଶେଷ ହୋଇ ନ ଥିବା ଯୋଗୁଁ ପୁନର୍ବାର ସମୟ ସୀମା ବଢାଇ ଚୁକ୍ତି କରାଯାଇଥିଲା ।