କଳାହାଣ୍ଡିରେ ବହୁଜନ ମୁକ୍ତି ପାର୍ଟିର ରାଜ୍ୟ ଅଧିବେଶନ…

ଭବାନୀପାଟଣା:(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲାର ଭବନୀପାଟଣା ଟାଉନ୍ ହଲ୍ ଠାରେ ବହୁଜନ ମୁକ୍ତି ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବେନ୍ଦ୍ର ପ୍ରତାସ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଥିବା ସମ୍ମିଳନୀ ବହୁଜନ ମୁକ୍ତି ପାର୍ଟି ରାଜ୍ୟ ମହାସଚିବ ମହେନ୍ଦ୍ର ଧଙ୍ଗଡା ମାଝି ପରିଚାଳନା କରିଥିବା ବେଳେ । ମୂଖ୍ୟ ଅତିଥି ଭାବେ ଡି ଆଇ ସି କଳାହାଣ୍ଡି ଜେନେରାଲ ମେନେଜର ମୋହନ ଶବର, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ରାଜ୍ୟ ପ୍ରଭାରୀ ଡମ୍ବରୁ ଧର ମାଝୀ, ସାମାଜିକ କାର୍ଯ୍ୟ କର୍ତ୍ତା ମହମ୍ମଦ ଯାବେଦ, ବହୁଜନ ମୁକ୍ତି ପାର୍ଟି ରାଷ୍ଟ୍ରୀୟ ମହାସଚିବ ଭରତ ଚନ୍ଦ୍ର ସିଂ, ଆୟୁଷ୍ମତୀ କମଳିନୀ ଯାଦବ, ସାମାଜିକ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ ଆଜାଦ, ରାୟଗଡ଼ା ସାମାଜିକ କାର୍ଯ୍ୟକର୍ତ୍ତା ଇନ୍ଦ୍ରା ଜିତ୍ ବିଡ଼ିକା, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ଉପ ସଭାପତି ସନ୍ତୋଷ କୁମାର ମଲ୍ଲିକ , ରାଜ୍ୟ କାର୍ଯ୍ୟକାରୀ ସଭାପତି ଆଇନ୍ ଜିବୀ ରମେଶ ଲାଗୁରୀ, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ଦୁର୍ଯ୍ୟଧନ ଜାଲ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଜଗଦିଶ ଯାଦବ ପ୍ରମୁଖ ଉପସ୍ଥିତ ରହି ଥିଲେ । ରାଜ୍ୟରେ କିଭୋଳି ଭାବେ ବହୁଜନ ମୁକ୍ତି ପାର୍ଟି ସୃଦୁଡ଼ହେବ ଓ ବହୁଜନ ସମାଜକୁ ମୌଳିକ ଅଧିକାର ମିଳିବ ତାହା ଆଲୋଚନା କରିଥିଲେ ବକ୍ତାମାନେ । ଯଦି ଅନୁସୂଚିତ ଜାତି, ଜନ ଜାତି, ମେନରେଟୀ, ପଛୁଆ ବର୍ଗ ସମାଜରୁ ଜୀବନ ଯାପନ କରିଆସୁଥିବା ଲୋକଙ୍କୁ ମୌଳିକ ସୁବିଧା ନ କଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁଜନ ମୁକ୍ତି ପାର୍ଟି ଜନ ଆନ୍ଦୋଳନ କରିବ ବୋଳି କହିଛନ୍ତି ଉପସ୍ଥିତ ବକ୍ତା ।