ଜୟପାଟଣା(ଜଗତରାମ ଶବର): କଳାହାଣ୍ଡିଜି ଲ୍ଲା ଜୟପାଟଣା ଥାନା ମହିପାନି ଗାଁ କୁମାରପଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକ ଗତ ଗୁରବାର ହାଇଦ୍ରାବାଦରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଯୁବକଙ୍କ ମୃତଦେହ ଗାଁକୁ ଫେରିଛି l ମୃତଯୁବକ ଜଣକ ହେଲେ ମହିପାନି ଗାଁର ପ୍ରହଲ୍ଲାଦ ନାଏକ (୨୦) l ପ୍ରକାଶ ଯେ ପ୍ରହଲ୍ଲାଦ ଗତ ଦୁଇମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ l ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ଗୁରୁବାର ଦିନ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଖବର ପାଇବା ପରେ ପରିବାର ଲୋକେ ଏକ ଗାଡ଼ିରେ ହାଇଦ୍ରାବାଦ ଯାଇଥିଲେ l ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚରେ ନିଜ ଘରକୁ ଆଣି ମୃତଦେହ ଶେଷକୃତ୍ୟ ସଂପନ୍ନ କରିଛନ୍ତି l ଗାଁକୁ ଶନିବାର ସନ୍ଧ୍ୟାରେ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଘର ଫାଟି ପଡ଼ିଥିଲା l ପ୍ରହଲ୍ଲାଦଙ୍କ ପରିବାର କହିଲେ ମାଁ ବାପା ଓ ସାନଭାଇ l ପ୍ରହଲ୍ଲାଦଙ୍କ ପରିବାର ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣରେ କରୁଛନ୍ତି l ହେଲେ ଏବେ ମାଟି ସାମଗ୍ରୀର ଚାହିଦା କମି ଆସୁଥିବାରୁ ପ୍ରହଲ୍ଲାଦ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ବୋଲି ତାଙ୍କ ମାଁ ଦୁଃଖର ସହ କହିଛନ୍ତି l ତେବେ ଯୁବକଜଣକ କାମକରୁଥିବା କୁମ୍ପାନୀ କ୍ଷତିପୂରଣ କିମ୍ବା ସହାୟତା ଦେଇନଥିବାରୁ ଜିଲ୍ଲା ପ୍ରଶାସନ କିଛି ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଦାବି କରିଛନ୍ତି l