ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଧୀନରେ ଥିବା ମୁଚ୍ଛଳପଡା ଗାଁରେ କାମ କରି ପରିବାର ପ୍ରତିପୋଷଣ କରିବା ବୟସରେ ଘରର ରୋଜଗାରିଆ ସ୍ବାମୀ l ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ସେପଟେ ମୂଲ ଲାଗି ପରିବାର ପ୍ରତିପୋଷଣ କରୀ ଆସୁଥିବା ପ୍ରଶ୍ନ ଦିଗାଲଙ୍କ ସ୍ତ୍ରୀ ଜାନକୀ ଦିଗାଲ l ବର୍ତ୍ତମାନ ସ୍ବାମୀର ଚିକିତ୍ସା କରାଇବା ଲାଗି ଅସମର୍ଥ ହୋଇ ପଡିଥବା ବେଳେ ଶାରୀରିକ ଅକ୍ଷମ ସ୍ବାମୀର ଚିକିତ୍ସାରେ ଏବେ ଅର୍ଥ ବାଧକ ସାଜିଛି । ତେବେ ସୂଚନା ଅନୁସାରେ ଏହି ମୁଚ୍ଛଳପଡା ଗାଁରେ ପ୍ରଶ୍ନ ଦିଗାଲ, ସ୍ତ୍ରୀ ଜାନକୀ ଦିଗାଲ, ମା ଟୁବି ଦିଗାଲ, ପୁଅ ସାନୁଜ ଦିଗାଲ, ଝିଅ ଭୁମିକା ଦିଗାଲ, ମାଣିକ ଦିଗାଲ ବସବାସ କରନ୍ତି । ପରିବାରରେ ସମୁଦାୟ ଛଅ ଜଣ ସଦସ୍ୟ ରହିଆସୁଥିବା ବେଳେ ଦିନଥିଲା ଏହି ପରିବାର ମଧ୍ୟ ବହୁ ହସଖୁସିରେ ଚଳୁଥିଲେ । କିନ୍ତୁ ଗତ କିଛି ଦିନ ମଧ୍ୟରେ ଅଜଣା ରୋଗରେ ପୀଡିତ ହୋଇ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା l ମୃତକଙ୍କ କନିଷ୍ଠ ପୁତ୍ର ୨୮ ବର୍ଷୀୟ ପ୍ରଶ୍ନ ଦିଗାଲ ଅଜଣା ରୋଗରେ ପୀଡିତ ହେବାପରେ ଘରର ସୁଖଶାନ୍ତି କୁଆଡେ ଉଭାନ ହୋଇଯାଇଛି । ପ୍ରଶ୍ନ ଦିଗାଲଙ୍କୁ ୨୮ ବର୍ଷ ହେଉଥିବା ବେଳେ ତାଙ୍କର ଗୋଡ଼ ହାତ ବିନ୍ଧିବା ସହ କଥୋପକଥନ ମଧ୍ୟ ବନ୍ଦ ହେଇଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ସ୍ଥାନାନ୍ତରିତ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଟେଇ ଥିଲେ ଓ ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା କରାଇଥିଲେ । ଶେଷରେ ସ୍ବାମୀର ଚିକିତ୍ସା ଲାଗି ଜମିବାଡ଼ି, ସୁନା ରୁପା ବିକ୍ରି ମଧ୍ୟ କରିବାକୁ ପଡ଼ିଥିଲା । ବର୍ତ୍ତମାନ ସ୍ବାମୀର ଚିକିତ୍ସା ଲାଗି ସ୍ତ୍ରୀ ଅସହାୟ ହୋଇପଡ଼ିଥିବା ବେଳେ ଘରେ ଯେତିକି ଅର୍ଥ ଥିଲା ସବୁତକ ଖର୍ଚ ହୋଇସାରିଛି । ଏବେ ଅର୍ଥ ଅଭାବରୁ ପରିବାରେ ଖାଦ୍ୟ ପାଇଁ ଓ ଏପଟେ ସ୍ବାମୀର ଚିକିତ୍ସା କରିବା ସମ୍ଭବ ହୋଇପାରୁନାହିଁ । ଯାହା ଲାଗି ବର୍ତ୍ତମାନ ନିଜ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ସ୍ତ୍ରୀ l ଅନ୍ୟ ପକ୍ଷରେ ରୋଜଗାରିଆ ସ୍ବାମୀର ଅସହାୟ ଅବସ୍ଥାରେ ପଡ଼ିରହିଛି । ସେପଟେ ସ୍ବାମୀର ଚିକିତ୍ସା ଲାଗି ଜାନକୀ ଦିନ ମଜୁରିଆ ଭାବେ କାମ ଯାଉଥିବା କୋହଭରା କଣ୍ଠରେ କହିବା ସହ ପରିବାର ଚଲିବା ଓ ସ୍ୱାମୀର ଚିକିତ୍ସା ପାଇଁ ପରିବାର ସଦସ୍ୟଙ୍କ ସହ ପାଖ ପୋଡୋଶିଙ୍କ ଅପଖରେ ଆକୁଳ ସହ ନିବେଦନ କରିଛନ୍ତି ସ୍ତ୍ରୀ ।