ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ କୁଲାଡ ମୁଖ୍ୟ ରାସ୍ତା କଡ ପୋଖରୀରୁ ଶୁକ୍ରବାର ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡୁମାକୁମ୍ପା ଗ୍ରାମର ଗୁରୁମୁର୍ତ୍ତି ଡାକୁଆ(୩୦) । ଗୁରୁମୁର୍ତ୍ତି ଗତ କିଛି ବର୍ଷ ହେବ କୁଲାଡ ନିକଟ ଧନଞ୍ଜୟପୁରରେ ରହୁଥିଲେ । ଶୁକ୍ରବାର ସକାଳୁ ପଞ୍ଚାୟତ ନିକଟ ରାସ୍ତା ପାର୍ଶ୍ଵ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ତାଙ୍କ ଶରୀରର ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ କେସ ନଂ ୨୫/୨୪ରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।