ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ଯୋଗ ଦିବସରେ ସାରା ବିଶ୍ୱ ଆଜି ଯୋଗ ମୟ ହୋଇଥିବା ବେଳେ ଘୁ.ଉଦୟଗିରି ପତଞ୍ଜଳି ଯୋଗ ସମିତି, ଏନଏସି, ବ୍ଲକ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। ଶାରୀରିକ, ମାନସିକ ଏବଂ ଆଧ୍ଯାତ୍ମିକ ସୁସ୍ଥତା କୁ ଉପଲବ୍ଧ କରି ଦୈନିକ ଯୋଗ, ପ୍ରାଣାୟାମ, ଧ୍ୟାନକୁ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ସହିତ ମୋର ପରିବାର, ବନ୍ଧୁ ଏବଂ ସମାଜକୁ ଏ ଦିଗରେ ଉସ୍ଛାହିତ କରିବି ବୋଲି ଶପଥ ନେଇଛନ୍ତି ସମସ୍ତେ।
ଘୁ.ଉଦୟଗିରି ଏନ୍ ଏ ସି ତରଫରୁ ଆଜି ସ୍ଥାନୀୟ ହବାକ ହାଇସ୍କୁଲ ଖେଳ ପଡ଼ିଆ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏନ୍ ଏ ସି ଦେବସ୍ମିତା ଶତପଥୀ , କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହି କାଯ୍ଯକ୍ରମକୁ ଉଦଘାଟନ କରିଥିଲେ। ତାଙ୍କ ବକ୍ତବ୍ୟ ରେ ଅନ୍ତର୍ଜାତୀୟ ଯୋଗ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ ବରଂ ଦୈନନ୍ଦନ ଜୀବନ ଶୈଳୀରେ ଏହା ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହ ସାମାଜିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କହିଥିଲେ। ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ୍ କଂ ସହିତ ଯୋଗ ଦିବସ ଶିବିର ରେ ଅନ୍ୟ ଅତିଥି ମାନଙ୍କ ଭିତରେ ହବାକ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ସ୍ଥାନୀୟ କାଉନସିଲର ସିଦ୍ଧେସ୍ଵରୀ ନାୟକ , ପୋଲିସ ଏସ୍. ଆଇ ରଞିତା ବେହେରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଟ୍ରେନିଂ ସ୍କୁଲ୍ ର ଛାତ୍ର ଛାତ୍ରୀ, ହବାକ୍ ହାଇସ୍କୁଲ ର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବି, ସମସ୍ତ ଏନ୍ ଏ ସି କର୍ମଚାରି ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଯୋଗଗୁରୁ ବଟକୃଷ୍ଣ ଦାସ ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ପ୍ରଭାତ ରଂଜନ ସାହୁ ଏବଂ ଏମ ଆଇ ଏସ ମୁକେଶ ରଂଜନ ନାୟକ ପରିଚାଳନା କରିଥିଲେ।
ସେହିଭଳି ବ୍ଲକ ତରଫରୁ ସରକାରୀ ବାଳିକା ବିଦ୍ଯାଳୟ ଖେଳ ପଡିଆରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା। ଏଥିରେ ବ୍ଲକ ଅଧକ୍ଷା ସୁଷମା ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କାଯ୍ଯକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନକଂ ମଧ୍ଯ ରେ ଏଇଇ ଅସିତ କୁମାର ସେଠୀ,ଏଇ ବାଳକ୍ରୁଷ୍ନ ମିଶ୍ର, ବାଳିକା ବିଦ୍ଯାଳୟ ପ୍ରଧାନ ଶିକ୍ଷକ ମଳୟ କୁମାର ନାୟକ, ସାମ୍ବାଦିକ ଅରୁଣ କୁମାର ଷଡଗୀଂ ପ୍ରମୁଖ ମନ୍ଚାସିନ ଥିଲେ। ଜିଲ୍ଲା ଯୋଗ ପ୍ରଭାରୀ ବଟ କ୍ରୁଦ୍ଧ ଦାଶ ଯୋଗ ଶିକ୍ଷା ଦେଇଥିଲେ । ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ କାଯ୍ଯକ୍ରମ ପରିଚାଳନା କରିଥିବା ବେଳେ ଜ୍ଯୋତି ପ୍ରକାଶ ସାହୁ, ଶ୍ଯାମଳ ବେହେରା, ଯାକେସ ପ୍ରଧାନ,ପ୍ରଫୁଲ ପାଣିଗ୍ରାହୀ, ବାବୁଲା ସାହୁ, ବିଶ୍ୱଜିତ୍ ନାୟକ, ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବାଳିକା ବିଦ୍ଯାଳୟ ଛାତ୍ରୀମାନଙ୍କ ସହିତ ସରପଂଚ, ଗ୍ରାମ ସାଥି, ଏସଏଚଜି ମହିଳା, ସିଆରପିମାନେ ଯୋଗ ଦେଇଥିଲେ।

ସେହିଭଳି ଭାବେ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି। ଏଥିରେ କଲେଜର ପ୍ରତିଷ୍ଠାତା ଶିଶିର ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କାଯ୍ଯକ୍ରମକୁ ଉଦଘାଟନ କରିଥିବା ବେଳେ ଦୈନନ୍ଦିନ ଜୀବନରେ ଏହା କୁ ସାମିଲ କିରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାନୁଷ୍ଠାନ ଅଧକ୍ଷ ଶିବ ରାମ ସାହୁ କଂ ତତ୍ୱାବଧାନରେ ଆୟୋଜିତ ଏହି ଦିବସରେ ଅଧ୍ଯାପକ ଡ. ବବିତାରାଣୀ ପଟନାୟକ, ମିନତୀ କୁମାରୀ ଦାଶ, ସୁଧାରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଙ୍କୁ ଉସ୍ଛାହିତ କରିଥିବା ବେଳେ ସତାଧିକ ଛାତ୍ରୀ ଦୈନନ୍ଦିନ ଜୀବନରେ ସାମିଲ କରିବା ସହିତ ଅନ୍ଯମାନଙ୍କୁ ପ୍ରୋତ୍ସାହିତ କରିବାର ଶପଥ ନେଇଥିଲେ। ଜିଲ୍ଲା ଯୋଗ ପ୍ରଭାରୀ ବଟ କ୍ରୁଷ୍ନ ଦାଶ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।

ଏହା ସହିତ ହବାକ ହାଇସ୍କୁଲ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରକଂ ତତ୍ୱାବଧାନରେ ବିଶ୍ସ ଯୋଗ ଦିବସ ପାଳିତ ହୋଇଛି। ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଶିକ୍ଷାନୁଷ୍ଠାନ ସଂପାଦକ ଅରୁଣ କୁମାର ଷଡଗୀଂ କଂ ତତ୍ୱାବଧାନରେ କୁନି କୁନି ପିଲାମାନେ ଯୋଗାଭ୍ୟାସ କରିଥିଲେ। ପନ୍ଚାୟତ ହାଇସ୍କୁଲ ରଟିଗିଂଆରେ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁକାର ତତ୍ୱାବଧାନରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି।କତିଗିଂଆ କମଳବନରେ ବିଜେପି ଜିଲ୍ଲା କ୍ରୁଷକ ମୋର୍ଚା ସଭାପତି ଅବନେଶ୍ୱର ପ୍ରଧାନ ତତ୍ୱାବଧାନରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି। ପତଞ୍ଜଳି ଯୋଗ ସମିତିର ସଭ୍ଯମାନେ ହବାକ ହାଇସ୍କୁଲ ଖେଳ ପଡିଆରେ ବିଶ୍ୱ ଯୋଗ ଦିବସ ରେ ସାମିଲ ହେବା ସହିତ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।ଉଦେସନ ପ୍ରଧାନ, ଚିତ ରଞ୍ଜନ ସାହୁ, ଅଶୋକ ପାତ୍ର, ସୂର୍ୟ୍ଯ ନାରାୟଣ ପାତ୍ର, ରାମା ରାଓ ପାତ୍ର ପ୍ରମୁଖ ଶୋଭାଯାତ୍ରାରେ ବାହାରି କର ଯୋଗ ରୁହ ନିରୋଗ ନାରା ରେ ସହର ପରିକ୍ରମା କରିଥିଲେ।
Next Post