ବିଜେଡି ଓ ବିଜେପିକୁ ମାତ ଦେଇ ନିଜ ଗଡ଼କୁ ଫେରି ପାଇଲା କଂଗ୍ରେସ, ଘୁ. ଉଦୟଗିରି କଂଗ୍ରେସ କର୍ମୀ ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଘୁ. ଉଦୟଗିରି ବିଧାନସଭା କ୍ଷେତ୍ରକୁ ନିଜ ଅକ୍ତିଆରକୁ ନେଇଛି କଂଗ୍ରେସ l 2019ରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟ ହାସଲ କରି ଥିଲେ l ହେଲେ ଚଳିତ ସାଧାରଣ ନିର୍ବାଚନରେରେ କନ୍ଧମାଳ ଜିଲା ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ବାଜିମାତ୍ କରିଛନ୍ତି । ଜିଲ୍ଲାର ତିନୋଟି ବିଧାନସଭା ଆସନ ମଧ୍ୟରୁ ଏକ ମାତ୍ର ଘୁ.ଉଦୟଗିରିରେ ବିଜୟୀ ହେବାରେ ସଫଳ ହୋଇଛି କଂଗ୍ରେସ । ବିଦାୟୀ ବିଧାନ ସଭା ଉପ-ବାଚସ୍ପତି ତଥା ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଏକଦା କଂଗ୍ରେସର ଗଡ କୁହାଯାଉଥିବା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାଥୀ ମାନଗୋବିନ୍ଦ ପ୍ରଧାନଙ୍କୁ ପଛରେ ପକାଇ ୭୮୫୭ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ । କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ୫୩,୫୩୦ ଭୋଟ ପାଇଥିବା  ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ମାନଗୋବିନ୍ଦ ୪୫,୬୭୩ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହି ପରି ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ୪୦,୩୭୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି l ଜନ ସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଭୋଟରଙ୍କୁ କୃତଜ୍ଞତା ଜଣାଇଛି ବୋଲି  କହିଛନ୍ତି ପ୍ରଫୁଲ । କଂଗ୍ରେସର ଏହି ବିଜୟ ପରେ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ବିଜୟ ହାସଲ ପରେ କଂଗ୍ରେସ କର୍ମୀ ଓ ନେତା ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି l ଏହା ସହ ବିଜୟ ହାସଲ କରିଥିବା କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି କଂଗ୍ରେସ ପ୍ରେମୀ l