ଗୁଣପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ୍ ବିଜୟୀ: ବିପୁଳ ଭୋଟରେ ସତ୍ୟଜିତ୍ ଗମାଙ୍ଗ ବିଜୟ…

ଗୁଣପୁର(ସୁନିଲ୍ କୁମାର ସାବତ): ୧୫ ବର୍ଷପରେ ଗୁଣପୁର ରେ କଂଗ୍ରେସ ନିଜ କ୍ଷମତାକୁ ଫେରିଛି । ଦଳିୟ ପ୍ରାର୍ଥୀ ଯୁବ ନେତା ସତ୍ଯଜିତ୍ ଗମାଙ୍ଗ ଗୁଣପୁର ବିଧାନସଭା ଆସନ୍ ରେ ଆଜି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ଠାରୁ ୨୯୮୮୫ ହଜାର ଭୋଟ ବ୍ଯବଧାନରେ ସେ ବିଜୟ ଲାଭ କରିଛନ୍ତି। ଏଠାରେ କାମ ଦେଲାନି କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ମାନଙ୍କ ଭୂମିକା । କଂଗ୍ରେସ ପ୍ରାର୍ଥୀଙ୍କୁ ଏକ ପାଖିଆ ଭାବେ ଭୋଟ ମିଳିଛି। କଂଗ୍ରେସର ସତ୍ଯଜିତଙ୍କୁ ୭୭୬୩୭ ହଜାର ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁନାଥଙ୍କୁ ୪୭୭୫୨ ଓ ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଙ୍କୁ ୨୧୮୦୮ ଖଣ୍ଡ ଭୋଟ ମିଳିଛି । ଅନ୍ଯପକ୍ଷେ କଂଗ୍ରେସରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଭାସ୍କର ଜାଗାରାଙ୍ଗାଙ୍କୁ ୨୧୦୧ ଓ ସ୍ବାଧିନ ଭାବେ ଲଢିଥିବା ରାମନାଗୁଡା ବ୍ଲକ ଅଧ୍ଯକ୍ଷ ରବି ଶଙ୍କର ଗମାଙ୍ଗ ଙ୍କୁ ୧୫୬୦ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହବାକୁ ପଡିଛି। ଆଜିର ଏହି ବିଜୟ ପରେ କଂଗ୍ରେସ ମହଲରେ ଉତ୍ସାହ ଦେଖା ଦେଇଥିବା ବେଳେ ସବୁଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡଙ୍କ ଶିବିରରେ । ଏଥର ସତ୍ଯଜିତ୍ ଙ୍କ ପାଇଁ ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରଚାରର ମଙ୍ଗ ଶିବ ହିଁ ଧରିଥିଲେ । ପୁରା ନିଜର ଶକ୍ତି ସାମର୍ଥ୍ୟକୁ ବାଜିରେ ଲଗେଇ ମୈଦାନକୁ ଓଲ୍ଲାଇଥିଲେ ଶ୍ରୀ ଗୌଡ଼ । ତେବେ ପୁରୀର ବାଣ ବିଷ୍ପୋରଣର ଦୁଃଖଦ ଘଟଣା ପାଇଁ ନିରାଡାମ୍ବର ଭାବେ ନୂଆକରି ଜିତିଥିବା ସତ୍ଯଜିତଙ୍କ ସହ ଶିବ ଗୌଡ ଓ ରାମନାଗୁଡା ବ୍ଲକର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ଯ ତାଙ୍ଗୁଡୁ ଶ୍ରୀଧର ମିଳିତ ଭାବେ ଏକ ଖୋଲାଜିପରେ ସହରରେ ଶୋଭାଯାତ୍ରା କରିଥିଲେ ।