ଗୁଣପୁର ପୌର ପରିଷଦରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବୀ ପତ୍ର ପ୍ରଦାନ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗୁଣପୁର ଉନ୍ନୟନ ଯୁବ ସଂଗଠନ ତରଫରୁ ୨୦ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସହର ମଧ୍ୟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଗୁଡିକରେ ପାର୍କିଙ୍ଗ ଅଭାବ, ଦୋକାନ ଗୃହ ଗୁଡିଜର ଲିଜ୍ ରୁ ସବ ଲିଜ ରଦ୍ଦ, ଟାଉନ ହଲ ମରାମତି, ଭୁତଳ ଜଳ ସଂରକ୍ଷଣ, ଆମିଷ ବଜାର ନିର୍ମାଣ, ଟାଉନ ପ୍ଳାନ ରେ ବୃକ୍ଷ ରୋପଣ ସାମିଲ କରିବା, ପାନୀୟ ଜଳ ଦୂଷିତ ନହେବା ନିମନ୍ତେ ଯୋଜନା କରିବା, ହଟେଲ ଓ ଛୋଟ ଜଳଖିଆ ଦୋକାନ ମାନଙ୍କରେ ଖାଦ୍ୟ ମାନ ଜାଞ୍ଚ ଓ ପରିମଳ ବ୍ୟବସ୍ତା  କୁ ସୁଦୃଢ, ଶୌଚାଳୟ ଓ ଶିଶୁ ଉଦ୍ୟlନର ସଠିକ ପରିଚାଳନା, ପୁରୁଣା ସହରର ଉନ୍ନତି ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତି, ସହରର ବିଭିନ୍ନ ରାସ୍ତା ଗୁଡିକୁ ମହାପୁରୁଷ ମାନଙ୍କ ନାମରେ ନାମ କରଣ ଭଳି ୨୦ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପୃଥକ ପୃଥକ ଭାବରେ ନିର୍ବାହୀ ଅଧିକାରୀ ଓ ଅଧକ୍ଷ ପୌରପାରିଷଦଙ୍କୁ ଦିଆଯାଇଛି । ଏହି ଦାବୀ ପତ୍ର ଦେବା ସମୟରେ ଗୁଣପୁର ଉନ୍ନୟନ ଯୁବ ସଂଗଠନର ସଂଯୋଜକ ବି ସତୀଶ କୁମାର, ଶକ୍ତି ପ୍ରଦ ଦାଶ, ସଦସ୍ୟ ଚିନ୍ମୟ ପାଣିଗ୍ରାହୀ, ସୁନୀଲ କୁମାର ସାବତ, ସୂର୍ଯ୍ୟ ପଟ୍ଟନାୟକ, ଟୁଟୁ ପାଢ଼ୀ, ଉପଦେଷ୍ଟା ଇନ୍ଦ୍ରlଖୀ  ଦାଶ, ପ୍ରଦୀପ ପାଢ଼ୀ ଓ ଆବାହକ ଉମା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ କତୃପକ୍ଷଙ୍କ ସହ ବିଷଦ ଆଲୋଚନା କରିଥିଲେ l