ଟିକାବାଲି ଭୋଇ ସାହିର ଯୁବ ଡ଼ାକ୍ଟର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅପହୃତ….
ଟିକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଭୋଇ ସାହିର ଯୁବ ଡ଼ାକ୍ଟର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ଟର ଭାବରେ କାର୍ଯ୍ୟ କରୁଥିବା ବେଳେ ଶନିବାର ରାତ୍ର ପ୍ରାୟ 10 ଟାରେ ତାଙ୍କୁ କେହି ଅପହରଣ କରିନେଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଅମ୍ଳାନ ୬ ମାସ ହେଲା କାଲିମେଳାରେ ଡ଼ାକ୍ଟର ଭାବେ ନିଯୁକ୍ତି ପାଇ ମେଡିକାଲ୍ କ୍ଵାଟରରେ ରହୁଥିଲେ । ଅପହରଣ ଖବର ପାଇବା ପରଠାରୁ ଟିକାବାଲିରେ ରହୁଥିବା ଅମ୍ଳାନଙ୍କ ବାପା ମା ଅଚେତା ହୋଇ ପଡିଛନ୍ତି । ବାପା ଅବନି ଭୋଇ ଜଣେ ଛୋଟ ବ୍ୟବସାୟୀ ହୋଇଥିବା ବେଳେ ଓ ମାଆ ବିନଦିନି ସାମଲ ଟିକାବାଲି ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଭାବରେ କାର୍ଯ୍ୟ କରୁଛନ୍ତି । ବାପା ମାଁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଏବଂ ସ୍ଥାନୀୟ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରି ପୁଅ କିପରି ସୁରକ୍ଷିତ ଭାବରେ ନିଜ ବାପା ମାଁ ପାଖକୁ ଫେରିବ ସେଥିପାଇଁ ସମସ୍ତଙ୍କ ଆଗରେ ଗୁହାରି କରିଥିବା ଜଣା ପଡ଼ିଛି । ଏଭଳି ଘଟଣା ଟିକାବାଲି ଅଞ୍ଚଳ ବାସୀଙ୍କୁ ଚକିତ କରିଦେଇଛି ।