ଭିଜିଲାନ୍ସ ଜାଲରେ ଡାବୁଗାଁ ପୁଲିସ ଏଏସଆଇ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଡାବୁଗାଁ ପୋଲିସ ଏଏସଆଇ । ଗୋଟିଏ ଗଣ୍ଡଗୋଳ କେସକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଥିଲା । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣା ରାଉଲିଗୁଡା ଗ୍ରାମର ମକରନ୍ଦ ଜାନିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲେ ।ଏଏସଆଇ ମହାରଣା ଭିଜିଲାନ୍ସକୁ ଦେଖି ଟଙ୍କାକୁ ଥାନା ହାଜତ ଭିତରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ଦଳ ହାଜତ ଭିତରୁ ଟଙ୍କା ଜବତ କରିବା ସହ ଏଏସଆଇ ମହାରଣାକୁ ଗିରଫ କରିଛି । ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଜୟପୁର ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଟିମ୍ ମିଳିତ ଚଢ଼ାଉ କରିଥିଲେ ।