ଭଞ୍ଜନଗର କୋର୍ଟର ୭୦ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଭଞ୍ଜନଗର କୋର୍ଟର ୭୦ତମ ପ୍ରତଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ହରେକୃଷ୍ଣ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ର ମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଭୂୟାଁ ମଞ୍ଚାସୀନ ଥିଲେ । ବରିଷ୍ଠ ଆଇଜୀବୀ ବୈଦ୍ୟନାଥ ସାହୁ, ଦୁର୍ଗା ପ୍ରସନ୍ନ ଷଡଙ୍ଗୀ, ବିଜୟ ପାତ୍ର, ରବି ଦାସ, ସନ୍ତୋଷ ନାୟକ, ଲକ୍ଷ୍ମୀ କାନ୍ତ ମହାପାତ୍ର, ସନ୍ତୋଷ ତିଆଡି ଇତ୍ୟାଦି ଭଞ୍ଜନଗର ନ୍ୟାୟାଳୟ ପ୍ରତିଷ୍ଠା ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ଆଲୋଚନା କରିବା ସହ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ ।ସମ୍ପାଦକ ହରେକୃଷ୍ଣ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ । ଉପସଭାପତି ରଜତ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ।