ଅନୁସନ୍ଧାନ ଭାରତ(ବ୍ୟୁର): ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ସହର ଉପଖଣ୍ଡ ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିୟୋଜିତ ବୋଲେରୋ (ଓଡି୦୫ ପି ୬୩୮୭) ସହ ମୋଟର ସାଇକେଲ (ଓଡି୦୭ ଏଇ ୬୩୭୪) ମୁହାଁମୁହିଁ ଧକ୍କା ଘଟିଛି। ଦୁର୍ଘଟଣାରେ ଉଭୟ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାଇକ୍ ଚାଳକ ଶେରଗଡ଼ ଥାନା ପଥରପୁଞ୍ଜି ଗ୍ରାମର ମଙ୍ଗଳା ଗୌଡ (୩୨) ଓ ବୋଲେରୋ ଚାଳକ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ବିକ୍ରମ ନାହାକ (୨୩) । ମଙ୍ଗଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।