ବିଜେପି ସହ ବିଜେଡ଼ିର ବିବାହ କଲା ନବରଙ୍ଗପୁର କଂଗ୍ରେସ…..

ଅନୁସନ୍ଧାନ ଭାରତ(ବ୍ୟୁର): ବିଜେପି ଓ ବିଜେଡି ର ବିବାହ କଲା ନବରଙ୍ଗପୁର କଂଗ୍ରେସ । ନବରଙ୍ଗପୁର ସଦର ବ୍ଳକ୍ ରାଜା ବେହେରାଗୁଡା ଠାକୁରାଣୀ ମନ୍ଦିର ପରିସର ମଧ୍ୟରେ ଏକ ବେଦୀ ପ୍ରସ୍ତୁତ କରି ଦୁଇ ଜଣ କିନ୍ନରଙ୍କୁ ବର ଓ କନିଆଁ କରି ବିବାହ କରାଯାଇଥିଲା । ବିଜେପି ବରକୁ ବିଜେଡି କନିଆଁ ରୂପେ ପ୍ରସ୍ତୁତ କରି ବିବାହ କରା ଯାଇଛି । ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ହୋଇ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରା ଯାଇଛି । ବିଜେପି ବିଜେଡ଼ି ବିବାହ କରି ତାଛଲ୍ୟ ପ୍ରତିବାଦ କରିଛି କଂଗ୍ରେସ । କଂଗ୍ରେସର ଉକ୍ତ ବାହାଘର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବର ଆକାରରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନିଆ ଆକାରରେ ସଜାଇ ମୁହଁରେ ମୁଖା ପିନ୍ଧାଇ ବାଜା ବାଜଣା ସହ ଆଦିବାସୀ ପରମ୍ପରାରେ ବିବାହ ଅନୁଷ୍ଠିତ ହୋଇଥିଲା । ବର ସହ ବର ଯାତ୍ରୀ ଛେଳି, ହଂସ, ଚୁଡା, ଗୁଡ଼, ମୁକୁଟ ଓ ଦୀପ ଧରି ଢେମସା ନାଚ କରି ଆଦିବାସୀ ମହିଳାମାନେ କନିଆଁ ଘରକୁ ଆସିଥିଲେ । ପୂର୍ବତନ କଂଗ୍ରେସ ଜିଲା ସଭାପତି ମୁନା ତ୍ରିପାଠୀ ପୁରୋହିତ ଭୂମିକା ଗ୍ରହଣ କରିଥିଲେ । ବରଯାତ୍ରୀ ଆସିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ନାଚି ନାଚି କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବର ଓ କନିଆ ପକ୍ଷରୁ ଅନେକ ଲୋକ ଉପସ୍ଥିତ ରହିଥିଲେ ।