ଅନୁସନ୍ଧାନ ଭାରତ(ବ୍ୟୁର): ନୟାଗଡ ଜିଲ୍ଲାର ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଅବକାରୀ ବିଭାଗର ଏଏସଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଏବଂ କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି I ଗତ କାଲି ନୟାଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ମଦ ଦୋକାନ ଚଢାଉ କରି ନକଲି ମଦ ଜବତ କରି ଅବକାରୀ ବିଭାଗ ମୋବାଇଲ କାର୍ଯ୍ୟାଳୟକୁ ଆଣି ରଖିଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇ ଜବତ ମଦର ଫୋଟ ଓ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଏସଆଇ ଧନଞ୍ଜୟ ପାତ୍ର ଓ ଜଣେ କନେଷ୍ଟବଳ ସାମ୍ବାଦିକ ମାନଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ I ଯାହାକୁ ନେଇ ନୟାଗଡ ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ଜିଲ୍ଲା ସାମ୍ବାଦିକମାନେ ନ୍ୟାୟ ପାଇଁ ରାତି ସାରା ଥାନା ସମ୍ବୁଖରେ ଧାରଣାରେ ବସିଥିଲେ I ଏହି ଘଟଣାକୁ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ, ସୁବାସ ପ୍ରଧାନ, ଫିଲିମୋହନ ନାୟକ , ସୁବାଷ ଚନ୍ଦ୍ର ମହାରଣା, ସଞ୍ଜୟ ପାଣିଗ୍ରାହୀ, ମନୋରଞ୍ଜନ ରାୟ, ପ୍ରେମଚାନ୍ଦସିଂ, ବସନ୍ତ ବେହେରା,ହିମାଂଶୁ ବେହେରା, ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ ପ୍ରମୁଖ,ଦୃଢ଼ ନିନ୍ଦା କରିବା ସହ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ସେହିପରି କନ୍ଧମାଳ ଗଣମାଧ୍ୟମ ସଂଘର ସଦସ୍ୟ ଉପସଭାପତି ଗଗନ କୁମାର ପ୍ରଧାନ, ଉପସଭାପତି ଫିଲିପ ଦିଗାଳ, ସୀମାଞ୍ଚଳ ସାହୁ, ଇସମାଇଲ ନାୟକ, ଇମାନୁଏଲ ନାୟକ, ତପସ୍ୱିନୀ ମଲ୍ଲୀକ, ଗୁପ୍ତେଶ୍ଵର ପ୍ରଧାନ, ଭବାନୀ ଶଙ୍କର ଜେନା, ଅଜିତ ଦିଗାଳ, ମାଧବ ଦାସ ଏବଂ ଅନୁଗ୍ରହ ନନ୍ଦ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ଯଦି ପ୍ରଶାସନ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଅସଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଏବଂ କନ୍ଧମାଳ ଗଣମାଧ୍ୟମ ସଂଘ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ସୂଚନା ଦେଇ ଛନ୍ତି I