ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ I ପ୍ରଥମେ ବଡ଼ ଗାଁ କୋଭିଡ୍ ସେଣ୍ଟର୍ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ I ଗତକାଲି ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା I
ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରି ତାଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସ୍ଥାନୀୟ ଫୁଲବାଣୀ ଠାରେ ତାଙ୍କର ଫୋଟଚିତ୍ରକୁ ଦିଆଇଯାଇଛି I
ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି , ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ଜିଲ୍ଲା ଚିକତ୍ସାଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ, ମହିଳା ସ୍ୱାସ୍ଥ୍ୟ ଓ ପୁରୁଷ କର୍ମୀଙ୍କ ଜିଲ୍ଲା ସଭାପତି ମଧୁସ୍ମିତା ପ୍ରିୟଦର୍ଶିନୀଙ୍କ ସମେତ ଜିଲ୍ଲାର ବହୁ କର୍ମଚାରୀ ଉପସ୍ଥିତ ଥିଲେ I