ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ପୁରୁଣା ଗୁଣପୁର ନିକଟସ୍ଥ ସାନ ଗୁଣ୍ଡିଚା ମନ୍ଦିର ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି । ସେ ଗତ ୫ବର୍ଷ ହେଲା ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତ୍ତି କରି ସେଠାରେ ରହୁଥିଲେ । ପୁରୁଣା ଗୁଣପୁର ଅଞ୍ଚଳର କାଉନସିଲର ଭାଗୀରଥ ବିଷୋୟୀ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଥାନାକୁ ଜଣାଇଥିଲେ । ପୁଲିସ ସେଠାରେ ପହଁଞ୍ଚି ଅଜଣା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।