ଅନୁସନ୍ଧାନ ଭାରତ(ବ୍ୟୁର): ରକ୍ତର ଭଉଣୀକୁ ସାଙ୍ଗମାନଙ୍କ ଗଣବଳାତ୍କାର ପରେ ହତ୍ୟା । କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ଚାହାଳି ପଞ୍ଚାୟତ ଲିଆଗଡ଼ ଗ୍ରାମରେଏଭଳି ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି । ମୃତକ ଜଣକ ହେଲେ ପୁଷ୍ପାଞ୍ଜଳି ଭୋଇ (୨୫) l ମୃତା ଭଉଣୀ ନିଖୋଜ ହୋଇଥିବା ନେଇ ବଡ଼ ଭାଇ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କରିଥିବା ଅଭିଯୋଗକାରୀ ବଡ଼ ଭାଇ ହିଁ ଭଉଣୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଜନାପଡ଼ିଛି । ପୁଲିସ ବଡ଼ ଭାଇ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ ଭାଇ ପରେସ ଭୋଇ, ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ l

ସୁଚନା ପ୍ରକାରେ ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ ଗ୍ରାମର ପୁଷ୍ପାଞ୍ଜଳି ନିଜ ବାପା ଭରତଙ୍କ ସହ ରହୁଥିଲେ। ଘର ଠାରୁ କିଛି ଦୂରରେ ତାଙ୍କ ବଡଭାଇ ପରେଶ ଭୋଇ ତାଙ୍କ ସ୍ତ୍ରୀଙ୍କ ସହିତ ଅଲଗା ରୁହନ୍ତି । ବଡ଼ ଭାଇର ନିଜ ଶାଳୀ ସହ ଅନୈତିକ ସମ୍ପର୍କ ଥିବା ପୁଷ୍ପାଞ୍ଜଳି ଦେଖି ବିରୋଧ କରିଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଭଉଣୀ ଏହି ବିଷୟରେ ଚାରିଆଡେ କହିଦେବ ବୋଲି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ନଭେମ୍ବର ୩ ରେ ପୁଷ୍ପାଞ୍ଜଳି ପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯିବା ପରେ ଭାଇ ପରେଶ ମଧ୍ୟ ସେହି ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲା । ଭଉଣୀଙ୍କୁ ଦେଖି କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇ ଥିଲା। ସେଠାରେ ମଦ ପିଇ ପରେଶ ସାଙ୍ଗଙ୍କ ସହ ପୁଷ୍ପାଞ୍ଜଳିଙ୍କୁ ଗଣବଳାତ୍କାର କରିଥିଲେ । ପୁଷ୍ପାଞ୍ଜଳି ଚିତ୍କାର କରିବାରୁ ପରେଶ ତାର ତଣ୍ଟି ଚିପି ଦେଇଥିଲେ । ମୂର୍ଚ୍ଛା ହେବା ପରେ ପୁଷ୍ପାଞ୍ଜଳିକୁ ଟାଙ୍ଗିଆରେ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ପାହାଡ ଖୋଲ ଭିତରେ ପକାଇ ଦେଇଥିଲେ । ଝିଅ ଘରକୁ ନ ଆସିବାରୁ ବାପା ଖୋଜାଖୋଜି କରି ସନ୍ଧାନ ପାଇନଥିଲେ ତେବେ ନଭେମ୍ବର ୬ତାରିଖରେ ମୁଖ୍ୟ ଅଭିଯୁକ୍ତ ପରେଶ ଭଉଣୀଙ୍କ ନିଖୋଜ ନେଇ ଚକାପାଦ ଥାନାରେ ଏତଲା ଦେଇଥିଲେ । ଘଟଣା ପରେ ପୁଲିସ କଟଡି ଜଙ୍ଗଲରୁ ପୁଷ୍ପାଞ୍ଜଳିଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।