ଆଜିବି ଅବହେଳିତ ଇନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତର ସାର୍ବାପାଙ୍ଗା ଗ୍ରାମ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ଅବହେଳିତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପଙ୍ଗା ଗ୍ରାମ I ଏହି ଗ୍ରାମ ବାସୀଙ୍କ ପାଇଁ ସରକାରୀ ଯୋଜନା ସାତସପନ I ନା ମିଳିଛି ପାନିୟ ଜଳ ନା ମିଳିଛି ବିଜୁ ପକା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଘର I ଦେଶ ସ୍ୱାଧୀନତା ହେବାର ଦୀର୍ଘ ୭୬ ବର୍ଷରୁ ଉର୍ଦ୍ଧ୍ଵ ବିତିଯାଇଥିଲେ ସୁଧା ସାର୍ବପାଙ୍ଗା ଗ୍ରାମରେ କୌଣସି ପ୍ରଶାସନର ପାଦଧୂଳି ପଡ଼ିନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ I ଲୋକଙ୍କ କହିବା ଅନୁସାରେ ବ୍ରିଟିଶ ଅମୋଳରୁ ସାର୍ବାପାଙ୍ଗା ଗ୍ରାମର ଲୋକମାନେ ବସବାସ କରୁଛନ୍ତି I କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରୀ ଯୋଜନାରୁ ବଞ୍ଚିତ I ଭୋଟ ବେଳେ ଆଶା ଦେଇ ଭୋଟ ଭିକ୍ଷା କରିଥାନ୍ତି ଭିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ I ଏପରିକି ଭୋଟ ପାଇଁ ହାତ ଯୋଡ଼ି ପାଦ ଛୁଇଁ ଜିତିଲେ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ଦେଇ ଥାନ୍ତି I କିନ୍ତୁ ଜିତିଲା ପରେ ସେହି ଗ୍ରାମରେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଦେଖା ମିଳିନ ଥାଏ I ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅଣଦେଖା ଓ ଟାଳଟୁଳ ନୀତି ଗ୍ରାମ ବାସୀଙ୍କ ପାଇଁ ବହୁତ ବଡ଼ ସମସ୍ୟା ହୋଇ ଉଭାନ ହୋଇଛି I ଭାଗ୍ୟକୁ ଆଦରି ସରକାରୀଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ ଅପେକ୍ଷାରେ ଥିବା ଗ୍ରାମ ବାସୀ କହିଛନ୍ତି I ବର୍ତ୍ତମାନ ଗ୍ରାମକୁ ଅଛି ନା ଭଲ ଘର, ନା ଭଲ ରାସ୍ତା, ନା ପାନୀୟ ଜଳ I ତେଣୁ ଯଥା ସମ୍ଭବ ସାର୍ବା ପାଙ୍ଗା ଗ୍ରାମ ବାସୀଙ୍କୁ ରାଜ୍ୟ ସରକାରଙ୍କ ବିକାଶ ଧାରାରେ ସାମିଲ କରି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I