କଳିଙ୍ଗା ବିଏଡ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ରକ୍ତଦାନ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ସ୍ଥିତ ବିଏଡ କଲେଜରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I କଲେଜର ଅଧ୍ୟକ୍ଷ ଡ଼ଃ ମନୋଜ କୁମାର ପ୍ରଧାନ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ I ଏଥିରେ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଓ ଛାତ୍ରୀ ଏବଂ କର୍ମକର୍ତ୍ତାମାନେ ସମୁଦାୟ ୫୪ ୟୁନିଟ ରକ୍ତ ଦାନ କରିଛନ୍ତି I ଏଥିରେ କନ୍ଧମାଳ ଜିଲ୍ଲା ରେଡକ୍ରସ ସୋସାଇଟି ଏବଂ ଜିଲ୍ଲା ରକ୍ତ ଭଣ୍ଡାର ସହଯୋଗ କରିଥିଲେ I ମୁଖ୍ୟ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ଃ ଦୀପକ କୁମାର ମହାନ୍ତି ତଥା ଅନ୍ୟାନ୍ୟ ପ୍ରାଧ୍ୟାପକମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I ରକ୍ତ ଦାନ ଏକ ମହତ ଦାନ l ୧୦୦ ଛାତ୍ର ଛାତ୍ରୀ ବିଶିଷ୍ଟ ଏହି ମହାବିଦ୍ୟାଳୟରେ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାରୁ ସମସ୍ତେ ବେସ ଖୁସି ଥିବା ଦେଖା ଦେଇଛି I