ଧର୍ମ ପରାୟଣ ଓ ଶତାୟୁ ବ୍ୟକ୍ତିଙ୍କ ପରଲୋକ……

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର କୈବର୍ତ୍ତ ସମାଜର ରାଜ୍ୟଶ୍ରୀ ବେହେରା ତଥା ସଭାପତି ଭୀମସେନ ବେହେରାଙ୍କ (୧୦୦)ବର୍ଷ ରେ ପରଲୋକ ହେଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ ଜନିତ ରୋଗରେ ପୀଡ଼ିତ ଥିଲେ । ବୁଧବାର ଦିନ ୩ଟା ସମୟ କେଉଟ ସାହି ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଭୀମସେନ ବେହେରା  ଜନତା ଦଳର ଦୃଢ଼ ସମର୍ଥକ ଥିଲେ। ସେ ହିଞ୍ଜିଳିକାଟୁ ବନମାଳୀ ସିନେମା ହଲର ମାଲିକ ସ୍ବର୍ଗତ ବନମାଳୀ ବେହେରାଙ୍କ ମଝିଆ ପୁତ୍ର ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକଛାୟା ଖେଳିଯାଇଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ ସମୟରେ ପରିବାର ସଦସ୍ୟ ଉପସ୍ଥିତ ଥିଲେ l ପୁତ୍ର ବିକ୍ରମ ବେହେରା ମୁଖାଗ୍ନୀ ଦେଇଥିବା ବେଳେ ତାଙ୍କ ଶେଷ ସମୟରେ ପୁତ୍ରବଧୂ, ନାତୁଣୀ ଉପସ୍ଥିତ ରହି ଘୋଡ଼ାହାଡ ନଦୀ ଶ୍ଵଶାନ ଘାଟରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।