ଗାର୍ଡିଙ୍ଗିଆ ପଞ୍ଚାୟତ ବାସୀଙ୍କ ଦୁଃଖ ବୁଝିବାରେ ଫେଲ୍ ପ୍ରଶାସନ, ଅଂଚଳ ବାସୀଙ୍କ ପାଇଁ ମରଣଯନ୍ତା ହୋଇଛି ବାର୍ସେଡି ଘାଟି…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତ । ଏହି ଗ୍ରାମପଞ୍ଚାୟତ ବଣ ପାହାଡ ଘେରା ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରୁ ପାଖା ପାଖି ୨୦ କିମି ଦୁରରେ ଅବସ୍ଥିତ l ଏହି ରାସ୍ତା ଦେଇ ଅଞ୍ଚଳବାସୀ ଦୈନିକ ସାଇକେଲ ଠାରୁ ଆରମ୍ଭ କରି ଦୁଇ ଚକିଆ, ତିନି ଚକିଆ ଯାନ ଏବଂ ପାଦରେ ଚାଲି ମଧ୍ୟ ଯିବା ଆସିବା କରି ଥାନ୍ତି l ମୁଖ୍ୟ ରାସ୍ତା କୁହାଯାଉଥିବା ଟୁଡୁବାଲି ଛକ ଠାରୁ ଗାର୍ଡିଙ୍ଗିଆ ରାସ୍ତାର ଅବସ୍ଥା ବଡ଼ ଦୟନୀୟ ହୋଇ ପଡିଛି । ଗାର୍ଡିଙ୍ଗିଆ ଯିବା ଆସିବା ରାସ୍ତାରେ ଏକ ବିପଦପୂର୍ଣ୍ଣ ବାର୍ସେଡି ଘାଟି ରହିଛି । ଯାହାକି ଗାର୍ଡିଙ୍ଗିଆ ଛକରୁ ଟୁଡୁବାଲି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଛି । ଏହି ଘାଟି ସଦାସର୍ବଦା ଖାଲ ଖମା ପରିପୂର୍ଣ୍ଣ ହୋଇଥିବା ସହ ବୁଲାଣି ଏବଂ ଅଧିକା ଉଠାଣି ରାସ୍ତା ହୋଇଥିବା କାରଣରୁ ଗାର୍ଡିଙ୍ଗିଆ ବାସୀଙ୍କ ନିମନ୍ତେ ମରଣଯନ୍ତା ପାଲଟି ଯାଇଛି । ଦୈନିକ ଏହି ଘାଟିରେ ଅଘଟଣ ଘଟୁଥିବାର ନଜରକୁ ଆସୁଛି । ଏହି ବାର୍ସେଡି ଘାଟି ମରାମତି ତଥା ସୁଧାରିବା ନିମନ୍ତେ ଅନେକବାର ଗାର୍ଡିଙ୍ଗିଆ ବାସି ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନକରିବାରୁ ଅଞ୍ଚଳବାସୀ କିଛି ମାସ ପୂର୍ବରୁ ମାଟି ପକାଇ ସମତଳ କରିଥିଲେ । ସେହି ସମୟରେ ଖବର ପାଇ ବ୍ଲକ୍ ପ୍ରଶାସନ ଚତୁରତାର ସହ ସ୍ଥାନ ପରିଦର୍ଶନ ସହ ଅନେକ ପ୍ରତିଶ୍ରୁତି ଦେଇଥିଲେ । ପରିତାପର ବିଷୟ କିନ୍ତୁ ତାହା ପାଣିର ଗାର ପରି ହୋଇଛି l ବର୍ତ୍ତମାନ ପୁଣି ସେହି ଘାଟି ରାସ୍ତାର ଅବସ୍ଥା ଜେସାକୁ ତେସା ଏବଂ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଆଜି ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଳିକ, ସମିତି ସଭ୍ୟ ଆଲଫନ୍ ପ୍ରଧାନ, ନାଏବ ସରପଞ୍ଚ ମନ୍ଦାକିନୀ ଦିଗାଲ, ୱାର୍ଡମେମ୍ବର ଅତୁଲ କୁମାର ଦିଗାଲ, ପିଙ୍କୁ ପ୍ରଧାନ, ସୁରଜ ପ୍ରଧାନ, ସୁଜିତ ପ୍ରଧାନ, ସାମନ୍ତ ପ୍ରଧାନ, ବଳବନ୍ତ ପ୍ରଧାନ ସମୁହଙ୍କ ନେତୃତ୍ବରେ ଶତାଧିକ ଅଞ୍ଚଳବାସୀ ବାର୍ସେଡି ଘାଟି ଠାରେ ଏକତ୍ରିତ ମେଳି ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କୁ ବାର୍ସେଡି ଘାଟି ମରାମତି ନିମନ୍ତେ ଦାବି ଜଣାଇବା ସହ ସରକାର ଯଦି ଅଞ୍ଚଳ ବାସୀଙ୍କ ଦାବିକୁ ନଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନିମନ୍ତେ ଚେତାବନୀ ଦେଇଛନ୍ତି l ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଳିକ ଏକବାରେ ବହୁବାର ବିଧାୟକ ଘୁ,ଉଦୟଗିରି ସାଲୁଗା ପ୍ରଧାନଙ୍କୁ ଏବଂ କନ୍ଧମାଳ ଜିଲ୍ଲାପାଳ ଓ ପ୍ରଶାସନକୁ ଜଣେଇଥିବା ପ୍ରକାଶ କରିଛନ୍ତି । ଏସ୍ଥାନରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ପ୍ରଧାମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଟୁଡୁବାଲି ଠାରୁ ଗାର୍ଡିଙ୍ଗିଆ ରାସ୍ତା କାର୍ଯ୍ୟ ସମାପ୍ତିର ଏକ ଫଳକ ରହିଛି l କିନ୍ତୁ ସେହି ସ୍ଥାନରେ କାର୍ଯ୍ୟ ହୋଇନ ଥିବା ଅଂଚଳବାସୀ କହିଛନ୍ତି । ଏହି ରାସ୍ତା ନିର୍ମାଣ କାରୀ ସଂସ୍ଥା ସୂଚନା ଦେଇଛନ୍ତି ଯେ ଅଞ୍ଚଳବାସୀଙ୍କ ଦାବୀ ମୁତାବକ ଗାର୍ଡିଙ୍ଗିଆ ଛକଠାରୁ ଆଗକୁ ଯାଇ ପାରୁନାହିଁ । ତେଣୁ ବର୍ତ୍ତମାନ ଏ ବିଷୟରେ ଉପରେ ତଦନ୍ତ ହେବା ଆବଶ୍ୟକତା ରହିଥିବା ଅଞ୍ଚଳବାସୀ ଦାବୀ କରିବା ସହ ଗାର୍ଡିଙ୍ଗିଆ ବାସୀଙ୍କୁ ପକ୍କା ରାସ୍ତା ଯୋଗାଇବା ପାଇଁ ସାଧାରଣରେ ଦାବୀ ହୋଇଛି l