ଅନୁସନ୍ଧାନ ଭାରତ(ବ୍ୟୁର): ଶୁଭକାମନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମଭିକେ ଅଶୋକଙ୍କ ଦିଗ୍ଦର୍ଶନରେ ଆଜି ୬୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସୁଷମ ଖାଦ୍ୟ ବଣ୍ଟନ କରାଯାଇଛି ।
ଏହା ସହ ଧରାକୋଟ, ମୁଣ୍ଡମାରାଇ, ଜାହାଡା, ମାଣିକପୁର ଓ ଜଗମୋହନ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆଜି ରୋଗୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ବରିଷ୍ଠ ଯକ୍ଷ୍ମା ପର୍ଯ୍ୟବେକ୍ଷକ ପ୍ରଭାକର ଶତପଥୀ, ଶୁଭକାମନା ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ରଥ, ସଦସ୍ୟ ଅଶୋକ କୁମାର ବେହେରା, ପୂର୍ବତ୍ତନ ସରପଞ୍ଚ ପ୍ରତିନିଧି ଅଶୋକ ବେହେରା, ଜଗିଲି ସାହୁ, ସୁରେନ୍ଦ୍ର ବେହେରା, ଜଳେଶ୍ଵର ସାହୁ, ବିଭୂତି ଭୂଷଣ ବେବର୍ତ୍ତା, ଉମାକାନ୍ତ ରାଉତ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା, ସ୍ବାସ୍ଥ୍ୟ କର୍ମୀମାନେ ସହଯୋଗ ପ୍ରଦାନ କରିଥିଲେ ।