କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କାଶୀପୁର ଜେଏମଏଫସି ତଥା ଉକ୍ତ କମିଟି ଅଧକ୍ଷ ଶୋଭାନ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଉପସ୍ଥିତ ସମସ୍ତଙ୍କୁସେ କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କବିତା କୁମାରୀ ମିଶ୍ର ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ, ତାଳୁକ ଆଇନ ସେବା ପ୍ରାଧିକାରଣ କମିଟି କିରାଣି ମୁକେଶ କୁମାର ଚକ୍ର, ବିଭାଗୀୟ ପରିଚାଳନା ଅଧିକାରୀ ଆଲୋକ ପାଢୀ, ଅତିରିକ୍ତ ପାବ୍ଲିକ ପ୍ରସିକୁଟର କରମ ଚାନ୍ଦ ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।