ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୁମାରୀ ପିଡିକା ଓ ସାଥି…..

ଅନୁସନ୍ଧାନ ଭାରତ(ବ୍ୟୁର): କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗ୍ରାମର ଜାନୀ କୁଡ଼ି ଠାରେ ମାଟି ତଳୁ ଜଣେ ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ଘଟଣାରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ପୂର୍ବତନ ଟିକିରି ସରପଞ୍ଚ କୁମାରୀ ପିଡିକା I ତାଙ୍କ ନେତୃତ୍ବରେ ଏସଡିସି ସଭ୍ୟ ପାଟ ମାଝି , ଲାଛି ମାଝି , ସମିତି ସଭ୍ୟ କଣ୍ଠେଶ୍ୱର ମାଝି, ପ୍ରେମ ମାଝି , ସିଂଙ୍ଗି ମାଝି ଓ ଅନ୍ୟ ପ୍ରମୁଖ ମୃତକ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ।
ପ୍ରକାଶ ଥାଉକି ଅକ୍ଟୋବର ୨୨ ତାରିଖ ଠାରୁ ଟିକିରି ଥାନା ଅନ୍ତର୍ଗତ ମତପୁଟ ଖୁରି ଗ୍ରାମର ଜଣ ଯୁବକ ବିଶ୍ୱେଶ୍ୱର ମାଝି ନିଖୋଜ ଥିବା ନେଇ ପରିବାର ପକ୍ଷରୁ କାଶୀପୁର ଥାନାରେ ଏକ ଅଭିଯୋଗ ହେଇଯାଇଥିଲା । ଅନେକ ଖୋଜ ଖବର ପରେ ବାର୍ହା ଶିକାରରେ ବିଛାଯାଜଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ବିଶ୍ୱେଶ୍ୱରଙ୍କ ମୃତ୍ୟୁ ହେଇଯାଇଥିବା ପୁଣି ପ୍ରମାଣ ନଷ୍ଟ କରିବାକୁ ମାଟି ତଳେ ମୃତ ଦେହକୁ ପୋତି ଦେଇଥିବା ନେଇ ଘଟଣାରେ ଜଡିତ ଥିବା ଦୁଇ ଜଣ ପୁଲିସ ସମ୍ମୁଖରେ ଦୋଷ ସ୍ପିକାର କରିଥିଲେ । ପରବର୍ତ୍ତୀ ସମୟ ଅର୍ଥାତ ଚଳିତ ମାସ ୩ ତାରିଖରେରେ ତାଙ୍କ ଶବକୁ ପୁଲିସ ମାଟି ତଳୁ ଜବତ କରିଥିଲା । ଖବର ପ୍ରକାଶ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଉକ୍ତ ଟିମ ପକ୍ଷରୁ ଶକାଳୁଳ ପରିବାରକୁ ଆଇନ ପ୍ରକାରେ ସରକାରୀ ସହାୟତା ସହ କିଛି ଅର୍ଥ ଓ ରାସନ ସାମଗ୍ରୀ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

pradhan