ଲୋକନାଥ ମାଝୀ ନାମକ ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦ୍ୱିତୀୟ ଜୀବନ ଦେଲା ମୈତ୍ରୀ ଇଂଫ୍ରା ସଂସ୍ଥା, ମହାନ କାମ ପାଇଁ ସାଧୁବାଦ ଜଣାଇଲେ ପରିବାର ଓ ଅଞ୍ଚଳ ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାଗବାରୀ ଗ୍ରାମର ଜଣେ ନିରୀହ ଆଦିବାସୀ ଯୁବକଙ୍କ ଏକ ଦୟନୀୟ ପରିସ୍ଥିତିରେ ପଡି ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମୈତ୍ରୀ ଇଂଫ୍ରା ନାମକ ଏକ ସଂସ୍ଥା ମାଲିକ ସହଯୋଗର ହାତ ବଢ଼ାଇ ଥିବା ଚର୍ଚ୍ଚାର ବିଷୟ ହୋଇଛି I ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବକଙ୍କ ପାଇଁ ଦେବଦୂତ ସାଜି ମୃତ୍ୟୁମୁଖରୁ ବଞ୍ଚାଇ ପରିବାର ପ୍ରତି ଏକ ପୁନର୍ଜୀବନ ପ୍ରଦାନ କରିଥିରୁ ସଂସ୍ଥା ମାଲିକ ଶ୍ରୀନିବାସ ରାଓଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଉକ୍ତ ଗ୍ରାମର ଲୋକନାଥ ମାଝି ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର । ସେ କୁଶିଳ କାରିଗର ନ ଥାଇ ମଧ୍ୟ ପର୍ବ ପର୍ବାଣ ହେଉକି କୌଣସି ଭଲ ମନ୍ଦ ପରିସ୍ଥିତି ରେ ଗାଁର କୌଣସି ବିଦ୍ୟୁତ ଜନିତ ତ୍ରୁଟିରେ ସହାୟକ ହେଇଥାନ୍ତି । ଏକ ଅଭାବନୀୟ ଘଟଣାର ସାମ୍ନା ହେଇଯାଇଥିଲା ଲୋକନାଥ ମାଝୀ ଙ୍କ କ୍ଷେତ୍ରରେ । ଯାହା ତିନି ମାସ ପୂର୍ବେ ଗାଁରେ କୌଣସି କାରଣରୁ କିଛିଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଗ୍ରାମବାସୀଙ୍କ ଅନୁରୋଧ କ୍ରମେସେ ମରାମତି ସକାଶେ ୧୧ କେଭି ଯୁକ୍ତ ଏକ ବିଦ୍ୟୁତ ଖୁଣ୍ଟରେ ଚଡି ତ୍ରୁଟି ସଜାଡୁଥିଲେ । ହେଲେ ଅସାବଧାନତା ତାଙ୍କ ପାଇଁ ଏକ କାଳ । କାମ କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି କିଛି ସମୟ ବିଦ୍ୟୁତତାର ଉପରେ ଓହଳି ଲାଗିବା ପରେ ତଳକୁ କଚାଡି ପଡି ଯାଇଥିଲେ । ଅଭାବନୀୟ ଘଟଣାରେ ତାଙ୍କ ବାମ ହାତ ଘଟଣା ସ୍ଥଳରେ ସମ୍ପୁର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ହେଇ ସଂଜ୍ଞାହୀନ ଅବସ୍ଥା ହୋଇଯାଇଥିଲେ । ଘଟଣା ପରେ ଗ୍ରାମବାସୀ କିଂ କର୍ତ୍ତବ୍ୟ ମୁଡ ସାଜି କୌଣସି ପ୍ରକାରରେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରି ଦାଇତ୍ୱରୁ ହାତ ଟେକି ଦେଇଥିଲେ । ଏଭଳି ସ୍ଥିତିରେ ଗୋଟିଏ ପଟେ ଦୟନୀୟ ଆର୍ଥିକ ଅବସ୍ଥା ସେପଟେ ଅଶିକ୍ଷିତ ଆଦିବାସୀ ସ୍ତ୍ରୀ ଜୟନ୍ତୀ ମାଝି ନିଜ ୩ ଛୁଆଁ ଓ ପିଡିତ ସ୍ୱାମୀ ଭଗବାନ ଭରଷାରେ ଚିକିତ୍ସା ପାଇଁ କାଶୀପୁର ଠାରୁ ରାୟଗଡା, ବ୍ରହ୍ମପୁର ପରବର୍ତ୍ତୀ ସମୟରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅଭାବୀ ଚିକିତ୍ସା ହେତୁ ଶେଷରେ ନିରାଶ ଅବସ୍ଥାରେ ଘରକୁ ଫେରିବାକୁ ପଡିଥିଲା । ଔଷଧ କିଣିବାକୁ ଓ ଭଲ ଚିକିତ୍ସା ପାଇଁ ଅର୍ଥର ଅଭାବ ହେତୁ ଦେଶୀ ଚିକିତ୍ସା ଆପଣାଇବାକୁ ବାଧ୍ୟ ହେଇଯାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ବଦଳରେ ତାଙ୍କ ଘାର ମାଂସ ଦିନ ପ୍ରତିଦିନ ସଡ଼ି ପୋକ ଆରମ୍ଭ ହେବାର ଲାଗିଯାଇଥିଲା । ପରିବାରରେ କେବଳ ସେ ହିଁ ରୋଜଗାର କ୍ଷମ ଘରର ମୁଖିଆ ୩ ମାସ ଧରି କାମ ଧନ୍ଦା ନାହିଁ ସେପଟେ ଯାହା ଥିଲା ସର୍ବସ୍ବ ହରାଇଥିବା ବେଳେ ସ୍ତ୍ରୀ ଜୟନ୍ତୀ ୩ ଛୁଆଙ୍କୁ ନେଇ ଚିନ୍ତାରେ ଦିନ କାଟୁଥିଲେ । କୌଣସି ପ୍ରକାରେ ଏ ସମ୍ପର୍କରେ ଖବର ପାଇ ମୈତ୍ରୀ ଇଂଫ୍ରା ମାଲିକ ଶ୍ରୀନିବାସ ରାଓ ସାଗବାରୀ ଗାଁ ତାଙ୍କ ଘରେ ପହଞ୍ଚି ତୁରନ୍ତ ଏକ ଗାଡି ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ । ପୁଣି ଉଚ୍ଚ କୋଟିର ଚିକିତ୍ସା ନିମନ୍ତେ ଅଞ୍ଚଳର ସର୍ବତମ ଚିକିତ୍ସାଳୟ “ଆପଲ”ରେ ଭର୍ତି କରାଇଥିଲେ । ୨୦ ଦିନ ଧରି ଚିକିତ୍ସା ପରେ ବର୍ତ୍ତମାନ ସେ ୯୦% ସୁସ୍ଥତା ଅବସ୍ଥାରେ ଘରକୁ ଫେରିଛନ୍ତି । ବର୍ତ୍ତମାନ ପରିବାର ଓ ଗ୍ରାମବାସୀଙ୍କ ମହଲରେ ଏକ ଖୁସିର ଲହରୀ ଖେଳିଯାଇଥିବା ବେଳେ ଲୋକନାଥଙ୍କ ୨୦ ଦିନ ଧରି ଚିକିତ୍ସାରେ ପ୍ରାୟ ୧୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନୂତନ ଜୀବନ ଆଣିଦେଇଥିବାରୁ ଉକ୍ତ ସଂସ୍ଥାର ମାଲିକ ଶ୍ରୀନିବାସ ରାଓଙ୍କୁ ଗ୍ରାମବାସୀ ସହ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉ ଥିବା ଦେଖିବାକୁ ମିଳିଛି ।

pradhan