ଅନୁସନ୍ଧାନ ଭାରତ(ବ୍ୟୁର):ଧରାକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ଆଗରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ତିନି ଘଣ୍ଟା ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ କମିଟିର ଘୋଷଣା ଅନୁଯାୟୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ କଂଗ୍ରେସ ସଭାପତି ସୁନିଲ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୀଳାଚଳ ଧାମ ପୁରୀରେ ବିରାଜମାନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ପ୍ରଭୁଙ୍କ ଅଳଙ୍କାର ଗଣତି କରିବା, ମଣତି ଓ ଭଣ୍ଡାର ଘରର ମରାମତି କରିବା, ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଅମୃତ ମଣୋହି ଜମିକୁ ଫେରାଇ ଆଣିବା ଓ ଚାଷୀ ମାନଙ୍କ ଚାଷ ଜମିକୁ ଫେରାଇ ଦେବାପାଇଁ କର୍ମୀମାନଙ୍କ ପକ୍ଷରୁ ଦାବି କରାଯାଇଥିଲା । ବରିଷ୍ଠ କର୍ମୀ ସୋମନାଥ ମହାନ୍ତି, ସୁଶାନ୍ତ କୁମାର ବେହେରାଙ୍କ ସମେତ ବହୁ କର୍ମୀ ମାଉସୀ ମା ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଆସି ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।